Latest Odisha News

BREAKING NEWS

ବଲିଉଡରେ ଡେବ୍ୟୁ କରୁଛନ୍ତି ସଲମାନ ଖାନଙ୍କ ଭିଣୋଇ ଆୟୁଷ

ଭାଇଜାନ୍ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ପ୍ରଥମ ଥର ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆୟୁଷ ହେଉଛନ୍ତି ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସ୍ୱାମୀ । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଲଭରାତ୍ରୀ’ର ଟ୍ରେଲର୍ ନିକଟରେ ରିଲିଜ ହୋଇଛି ।

ସୋସିଆଲ୍ ମିଡିଆରେ ‘ଲଭରାତ୍ରି’ ଟ୍ରେଲର ରିଲିଜ୍ ହେବାପରେ ଏହାକୁ ଦର୍ଶକଙ୍କର ଭଲ ରେସପୋନ୍ସ ମିଳିବାରେ ଲାଗିଛି । ଟ୍ରେଲରରେ ଆୟୁଷଙ୍କର କିଛି ଡାଇଲଗ ମଧ୍ୟ ରହିଛି । ଏହାର ନିର୍ଦ୍ଦେଶକ ଅଭିରାଜ ମିନାବାଲା ହୋଇଥିବାବେଳେ ଫିଲ୍ମର ନିର୍ମାଣ ଭାଇଜାନ୍ ସଲମାନଙ୍କ ନିଜ ପ୍ରଡକ୍ସନ ବ୍ୟାନରରେ ହେଉଛି ।

ଲଭଷ୍ଟୋରି ଉପରେ ଆଧାରିତ ଏହି ଫିଲ୍ମରେ ଗୁଜୁରାତି ସଂସ୍କୃତିର ଛାପ ଦେଖିବାକୁ ମିଳିବ । ଏଥିରେ ଆୟୁଷ ଲିଡ୍ ରୋଲରେ ଦେଖିବାକୁ ମିଳିବେ । ତାଙ୍କ ଅପୋଜିଟରେ ହିରୋଇନ୍ ଭାବେ ବରୀନା ହୁସେନ୍ ସ୍କ୍ରିନ୍ ଶେୟାର କରୁଛନ୍ତି । ବରିନାଙ୍କର ମଧ୍ୟ ଏହା ପ୍ରଥମ ଡେବ୍ୟୁ ଫିଲ୍ମ ।

 

ବଲିଉଡରେ ଅଭିନୟ କରିବା ପାଇଁ ସଲମାନ ପାଖାପାଖି ୪ବର୍ଷ ଯାଏଁ ତାଙ୍କୁ ଟ୍ରେନିଙ୍ଗ୍ ଦେଇଥିବା ନେଇ କୁହନ୍ତି ଆୟୁଷ । ଅକ୍ଟୋବର ୫ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବାବେଳେ ଏଥିରେ ଉଭୟ ଅରବାଜ୍ ଓ ସୋହେଲ ଖାନ୍ ପୋଲିସ୍ ଅଫିସର ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.