Latest Odisha News

BREAKING NEWS

ଦେଶବ୍ୟାପୀ ଟ୍ରାନ୍ସପୋର୍ଟ ସଂଗଠନ ପକ୍ଷରୁ ଧର୍ମଘଟ, ଓଡିଶାରେ ଯାତ୍ରୀ ପ୍ରଭାବିତ

ଭୁବନେଶ୍ୱର : ଦେଶବ୍ୟାପୀ ଟ୍ରାନପୋର୍ଟ ଫେଡ଼େରେସନ ପକ୍ଷରୁ ଚକାବନ୍ଦ ଧର୍ମଘଟ ଚାଲିଥିବା ବେଳେ ଓଡ଼ିଶାରେ ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡ଼େରେସନ (ଏଓଟିଡ଼ବ୍ଲ୍ୟୁଏଫ) ମଧ୍ୟ ବନ୍ଦ ଡ଼ାକରା ଦେଇଛି । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସ, ଟ୍ରକ, ଅଟୋ, ଟ୍ୟାକ୍ସି ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିନଥିବା ହଇରାଣ ହୋଇଛନ୍ତି ।

ଟ୍ରାନପୋର୍ଟ ଫେଡ଼େରେସନ ତରଫରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନର ଜାତୀୟ ରାଜପଥ କଡ଼ରେ ଶହ ଶହ ଟ୍ରକ ଏହି ବନ୍ଦ ଡ଼ାକରାକୁ ସମର୍ଥନ କରି ଅଟକି ରହିଛନ୍ତି । ରାଜ୍ୟର ପ୍ରାୟ ଅଧିକାଂଶ ସହରର ବସଷ୍ଟାଣ୍ଡ ମାନଙ୍କରେ ଚଳାଚଳ ନକରି ବସ ଗୁଡ଼ିକ ପଡ଼ିରହିଛି ।

ତେବେ ବିଭିନ୍ନ ଜରୁରୀକାଳୀନ ଆମ୍ବୁଲାନ୍ସ, ସ୍କୁଲ ବସ ଏବଂ ଦୁଗ୍ଧ ବାହନକାରୀ ଯାନଗୁଡ଼ିକ ସ୍ୱାଭାବିକ ଭାବେ ଚଳାଚଳ କରୁଥିବା ଦେଖାଯାଇଛି ।

ସାରା ଦେଶରେ ଆଜି ଦିଆଯାଇଥିବା ଏହି ବନ୍ଦ ଡ଼ାକରାରେ ‘ଅଲ ଇଣ୍ଡିଆ ରୋଡ଼ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡ଼େରେସନ’ ସମେତ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିଅନ୍ସ (ସିଆଇଟିୟୁ), ହିନ୍ଦ ମଜଦୁର ସଭା (ଏଚଏମଏସ), ଅଲ ଇଣ୍ଡିଆ ଟ୍ରେଡ଼ ୟୁନିୟନ କଗ୍ରେସ (ଏଆଇଟିୟୁସି) ଏବଂ ଲେବର ପ୍ରୋଗ୍ରେସିଭ ଫେଡ଼େରେସନ (ଏଲପିଏଫ) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଧର୍ମଘଟ କରିଛନ୍ତି ।

ଏହି ଧର୍ମଘଟକୁ ‘ଏଓଟିଡବ୍ଲ୍ୟୁଏଫ’ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ‘ଅଲ ଇଣ୍ଡିଆ ରୋଡ଼ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡ଼େରେସନ’ ସମେତ ଅନ୍ୟ ଟ୍ରାନ୍ସପୋର୍ଟ ସଂଗଠନ ଗୁଡ଼ିକ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛନ୍ତି ।

Leave A Reply

Your email address will not be published.