Latest Odisha News

BREAKING NEWS

ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା: କାହାକୁ ମିଳିବ ସ୍ବାସ୍ଥ୍ୟକାର୍ଡ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାରେ ଆଜିଠୁ ଲାଗୁ ହେବ ‘ଆୟୁଷ୍ମାନ ଭାରତ’ ଯୋଜନା। ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହିବେ ।

କଟକ ବାଦ୍ ୧୨ଟି ଜିଲ୍ଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବିଭିନ୍ନ ମନ୍ତ୍ରୀ । ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ। ବିଏସକେୱାଇ ଯୋଜନାର ସ୍ଥାନ ନେବ ଆୟୁଷ୍ମାନ ଯୋଜନା। ପ୍ରାଥମିକ ଭାବେ କିଛି ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦେବା ପାଇଁ ନୂଆ କାର୍ଡ ପ୍ରସ୍ତୁତ ହୋଇ ରହିଛି। ଆୟୁଷ୍ମାନ ଯୋଜନାରେ ରାଜ୍ୟରେ ସାଢ଼େ ୩ କୋଟି ୪୬ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ। ଉପକୃତ ହେବେ ୧କୋଟି ୩ ଲକ୍ଷରୁ ଅଧିକ ପରିବାର। ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ଦିଆଯିବ।

ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା। ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପରିବାର ପିଚ୍ଛା ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ। ମହିଳାଙ୍କ ପାଇଁ ପରିବାର ପିଚ୍ଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ମିଳିବ।

କାହାକୁ ମିଳିବ ସ୍ବାସ୍ଥ୍ୟକାର୍ଡ?
୭୦ ବର୍ଷରୁ କମ୍ ବ୍ୟକ୍ତି ବିଶେଷ ପାଇବେ ଏହି ସ୍ୱାସ୍ଥ୍ୟ କାର୍ଡ। ଯେଉଁମାନେ ପୂର୍ବ ସ୍ବାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ଏବଂ ରାସନ କାର୍ଡରେ ଯେଉଁମାନଙ୍କ ନାମ ରହିଥିବ ସେମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ। ସେହିପରି ଆଶାକର୍ମୀ ଘରକୁ ଘର ବୁଲି କାର୍ଡ ପ୍ରଦାନ କରିବେ। ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଲଗା ଅଲଗା କାର୍ଡ ଦିଆଯିବ।

ଆୟୁଷ୍ମାନ କାର୍ଡ ପାଇଁ ଇ-କେୱାଇସି ବାଧ୍ୟତାମୂଳକ ରହିଛି। ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ। ମହିଳାଙ୍କ ପାଇଁ ପରିବାର ପିଚ୍ଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ରହିଛି। ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷର ଚିକିତ୍ସା ସୁବିଧା ରହିଛି। ଓଡ଼ିଶା ବାହାରେ ବାସ କରୁଥିବା ଲୋକ ମଧ୍ୟ ପାଇପାରିବେ ଏହି ସୁବିଧା। ୭୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ।

 

Comments are closed.