Latest Odisha News

BREAKING NEWS

ଡାକ୍ତର ହେବାକୁ ଉତ୍ସାହିତ ଅଭିନେତା ଆୟୁଷ୍ମାନ

ନୂଆଦିଲ୍ଲୀ: ନିଖୁଣ ଅଭିନୟ ପାଇଁ ଚଳଚ୍ଚିତ୍ର ଜଗତରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଭିନ୍ନ ଲୋକପ୍ରିୟତା ରହିଛି। ପ୍ରତିଟି ଗମ୍ଭୀର ଚରିତ୍ର ହେଉ ଅବା କମେଡି ସବୁଥିରେ ସେ ନିଜକୁ ଚମତ୍କାର ଭାବେ ଢଳେଇ ପାରନ୍ତି। ତେବେ ଖୁବ୍ ଶୀଘ୍ର ସେ ଜଣେ ଡାକ୍ତର ଭୂମିକାରେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଆୟୁଷ୍ମାନ କହିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡକ୍ଟର-ଜି’ରେ ଅଭିନୟ କରିବା ନେଇ ଘୋଷଣା କରିଛନ୍ତି। ସେଥିରେ ସେ ଏକ ଡାକ୍ତରଙ୍କ କୋଟ ପିନ୍ଧିଥିବାର ନଜର ଆସି‌ବେ।

ଏକ ସାକ୍ଷାତକାରରେ ଆୟୁଷ୍ମାନ ଏହି ନୂତନ ପ୍ରୋଜେକ୍ଟ ସହିତ ଜଡିତ ସମସ୍ତ ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସେ ଏହି ଫିଲ୍ମର ସ୍କ୍ରିପ୍ଟ ପଢିବା ପରେ ସେ ଏହା ପ୍ରେମରେ ପଡିଯାଇଥିଲେ।

ଆୟୁଷ୍ମାନ କହିଛନ୍ତି ଯେ ଏହା ଏକ ନିଆରା ଏବଂ ଅଭିନବ ସ୍କ୍ରିପ୍ଟ ଯାହା ଦର୍ଶକଙ୍କୁ ହସି ହସି ବେଦମ୍‌ କରାଇବା ସହିତ, ଏକ ଚମତ୍କାର ବାର୍ତ୍ତା ମଧ୍ୟ ଦେବ। ସେ କହିଛନ୍ତି ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଡାକ୍ତରଙ୍କ କୋଟ ପିନ୍ଧିବା ଏବଂ ସେହି ବାର୍ତ୍ତା ଲୋକଙ୍କୁ ଜଣାଇବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି।

Leave A Reply

Your email address will not be published.