Latest Odisha News

BREAKING NEWS

ପୁଅ ପରେ ବାପା: ଆକାଶଙ୍କ ପରେ ଅଭୟକାନ୍ତ ପାଠକଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର: ପୁଅ ପରେ ରିମାଣ୍ଡରେ ଯିବେ ବାପା । ଆକାଶ ପାଠକଙ୍କ ପରେ ସ୍କାଏ କିଙ୍ଗ ଠକେଇ ମାମଲାରେ ତାଙ୍କ ବାପା ତଥା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଏଥିପାଇଁ ଦୁଇ ଦିନ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସୀ ଭୁବନେଶ୍ୱର ଖାରବେଳନଗର ଥାନାରେ କରିଥିବା ଅଭିଯୋଗ ଉପରେ ଅଭୟକାନ୍ତ ପାଠକଙ୍କୁ ଜେରା କରିବ କମିଶନରେଟ ପୋଲିସ ।ଅଭୟ କାନ୍ତ ପାଠକ

ଅଧିକ ପଚରାଉଚରା ପାଇଁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଥଲା । ପୂର୍ବରୁ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇ ଜେରା କରିଛି କମିଶନରେଟ ପୋଲିସ । ଏବେ ବାପାଙ୍କ ପାଳି । ଠକେଇ ବାବଦରେ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି । ଆକାଶ ପାଠକ ଓ ଅଭୟକାନ୍ତ ପାଠକଙ୍କ ନାଁରେ ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସୀ ୬୫ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲା ।

Leave A Reply

Your email address will not be published.