ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ । ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ । ଟ୍ୱିଟ୍ କରି ଜଣାଇଲେ ଆୟୁଷ୍ମାନ୍ । ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ । କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର ମହୋତ୍ସବରେ ଯୋଗ ଦେଇଥିଲେ । ଆୟୁଷ୍ମାନ ଛେନାପୋଡ଼ ଖାଇଥିବାବେଳେ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଆଉ ଆୟୁଷ୍ମାନଙ୍କ ଫଟୋ ପୋଷ୍ଟ ପରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି ।
Thanks @ayushmannk we believe our USP is our uniqueness, be it our cuisine or destination. Hope you had a chance to look around & enjoyed your stay here. We look forward to welcome you again. https://t.co/K5670vFNT6
— Odisha Tourism (@odisha_tourism) February 15, 2023
ଆୟୁଷ୍ମାନ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ଛେନାପୋଡ଼ର ପୋଡ଼ିଯାଇଥିବା ଅଂଶ ବା କଳା ଭାଗଟି ଏତେ ସ୍ୱାଦିଷ୍ଟ ଯେ ମୋ ମନ କିଣିନେଇଛି । ପୋଡା ଭାଗଟି ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛନ୍ତି ଯେ, ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆମେ ଆଶା କରୁଛୁ । ଆପଣ ଆମର ଖାଦ୍ୟକୁ ପସନ୍ଦ କରିଥିବାରୁ ଅଶେଷ ଧନ୍ୟବାଦ ।
ଆୟୁଷ୍ମାନଙ୍କ ଏହି ଟ୍ୱିଟ ପରେ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ତେବେ ୧୯୩୧ ଏପ୍ରିଲ ୧୧ରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ସାହୁ ଥିଲେ ନୟାଗଡ଼ରେ ପ୍ରସ୍ତୁତ ଛେନାପୋଡ଼ର ଜନ୍ମଦାତା। ଆଉ ଏପ୍ରିଲ ୧୧ରେ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ । ଛେନାପୋଡ଼କୁ ସାଧାରଣ ଲୋକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ପସନ୍ଦ କରନ୍ତି ।
Comments are closed.