ଶ୍ରୀନଗର: ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ବୁଧବାର ବଡ ଝଟକା ଲାଗିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପରୋକ୍ଷରେ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି । ଆଜାଦଙ୍କ ଗ୍ରୁପର ଅଧିକାଂଶ ପଦାଧିକାରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜୀଏ ମୀରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ ।
ମୀରଙ୍କ ଯୋଗୁ ଏଠାରେ କଂଗ୍ରେସର ପତନ ଘଟୁଛି ଅଥଚ ରାଷ୍ଟ୍ରୀୟ ମୂଖ୍ୟମାନେ କୌଣସି ଗୁରୁତ୍ୱ ଦେଉ ନାହାନ୍ତି । ଜିଏମ ସରୁରୀ, ଯୁଗଳ କିଶୋର ଶର୍ମା, ବିକାର ରସୁଲ, ମନୋହର ଲାଲ ଶର୍ମା, ଗୁଲାମ ନବୀ ମୋଙ୍ଗା, ନରେଶ ଗୁପ୍ତା, ସୁବାଷ ଗୁପ୍ତା, ଅମୀନ ଭଟ୍ଟ, ଅନୱର ଭଟ୍ଟ ଓ ଇନାୟତ ଅଲୀ ପ୍ରମୁଖ ସାମିଲ ।
Comments are closed.