Latest Odisha News

BREAKING NEWS

ଜିନ୍ନା ଏବଂ ତାଙ୍କ ଭଉଣୀଙ୍କ ସମ୍ପତ୍ତି ଗାଏବ୍‌; ଯାଞ୍ଚ ପାଇଁ ଗଠନ ହେଲା ପ୍ୟାନେଲ୍‌

ନୂଆଦିଲ୍ଲୀ: ଗାଏବ୍‌ ହେଲା ପାକିସ୍ତାନର ପ୍ରତିଷ୍ଠାତା ଜିନ୍ନା ଏବଂ ତାଙ୍କ ଭଉଣୀ ଫାତିମାଙ୍କ ସମ୍ପତ୍ତି। ଯାଞ୍ଚ ପାଇଁ ଗଠନ ହେଲା ସ୍ବତନ୍ତ୍ର ପ୍ୟାନେଲ। ଏସ୍‌ଏଚ୍‌ସିଙ୍କ ନିର୍ଦ୍ଦେଶ ପରେ ଅବସରପ୍ରାପ୍ତ ଜଷ୍ଟିସ ଫହିମ ଅହମ୍ମଦ ସିଦ୍ଦିକିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଏକ ପ୍ୟାନେଲ୍‌ ଗଠନ କରାଯାଇଛି।

ଜିନ୍ନା ଏବଂ ତାଙ୍କ ଭଉଣୀଙ୍କର ବ୍ୟାଙ୍କ ଆକାଉଣ୍ଟରେ ସେୟାର, ଅଳଙ୍କାର, ଗାଡି ଏବଂ ଟଙ୍କା ସମେତ ସମ୍ପତ୍ତି ସମ୍ବନ୍ଧୀୟ ୫୦ ବର୍ଷ ପୁରୁଣା ମାମଲାର ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନ ପ୍ରତିଷ୍ଠା ହେବାର ଗୋଟିଏ ବର୍ଷ ପରେ ସେପ୍ଟେମ୍ବର ୧୯୪୮ ରେ ଜିନ୍ନାଙ୍କର ମୃତ୍ୟୁ ହୋଇଥିଲା। ୧୯୬୭ ମସିହାରେ ଫାତିମା କରାଚିରେ ମୃତ୍ୟୁ ବରଣ କରିଥିଲେ।

ଜଷ୍ଟିସ୍ ଜୁଲଫିକର ଅହମ୍ମଦ ଖାନଙ୍କ ନେତୃତ୍ୱରେ SHC ର ଏକ ବେଞ୍ଚ ଶୁଣାଣି ସମୟରେ ଜଣାପଡ଼ିଲା ଯେ ଭାଇଭଉଣୀଙ୍କ ସମସ୍ତ ତାଲିକାଭୁକ୍ତ ମୂଲ୍ୟବାନ ସାମଗ୍ରୀ ଏବଂ ସମ୍ପତ୍ତି ନିଖୋଜ ହୋଇ ରହିଛି। ଏହି ଆବେଦନ ଫାତିମାଙ୍କ ସମ୍ପର୍କୀୟ ହୁସେନ୍ ୱାଲିଜିଙ୍କ ଦ୍ବାରା ଦାୟର କରାଯାଇଥିଲା।

Leave A Reply

Your email address will not be published.