Latest Odisha News

ଜାଲ ଜନ୍ମ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ପୂର୍ବତନ ସାଂସଦ ଆଜମ ଖାନ, ପୁଅ ଅବଦୁଲ୍ଲା, ସ୍ତ୍ରୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ଏସପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଆଜମ ଖାନ, ପୁଅ ଅବଦୁଲ୍ଲା ଓ ସ୍ତ୍ରୀ ତାନଜିନ ଫାତିମାଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୯ରେ ସେ ଜାଲ ଜନ୍ମ ପ୍ରମାଣପତ୍ର ଦେଇଥିବା ମାମଲାରେ ରାମପୁର କୋର୍ଟ ବୁଧବାର ଏହି ରାୟ ଶୁଣାଇଛନ୍ତି ।

ଏହା ସହିତ ତିନିଜଣଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜେଲକୁ ପଠାଯିବ। ବୁଧବାର ସକାଳେ କୋର୍ଟ ଏହି ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।ପରେ ସେମାନଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ ବୋଲି କହିଛନ୍ତି ରାମପୁର ରାମପୁରର ଜଏଣ୍ଟ ଡାଇରେକ୍ଟର ଶିବ ପ୍ରକାଶ ପାଣ୍ଡେ । ଏମପି-ଏମଏଲଏ କୋର୍ଟ ମାଜିଷ୍ଟ୍ରେଟ ଶୋବିତ ବଂଶଲ ତିନିଜଣଙ୍କୁ ଏହି ଦଣ୍ଡାଦେଶ ଦେଇଥିବା ସେ କହିଛନ୍ତି ।ତେବେ ଖାନ ତଳ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଛନ୍ତି ।

ସୂଚନାଥାଉ କି, ଆଜମ ଖାନଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମଙ୍କର ଦୁଇଟି ଜନ୍ମ ପ୍ରମାଣପତ୍ର ଥିବା ନେଇ ୨୦୧୯ରେ ଭାଜପା ବିଧାୟକ ଆକାଶ ସାକ୍ସେନା ଗଞ୍ଜ ପୋଲିସ ଷ୍ଟେଶନରେ ମାମଲା ଦାଏର କରିଥିଲେ। ଆଜମ ଖାନ ଏବଂ ତାଙ୍କ ସ୍ତ୍ରୀ ଡକ୍ଟର ତାନଜିନ ଫାତିମାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା।

ତଦନ୍ତ ପରେ ପୋଲିସ ଏହି ମାମଲାରେ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା। ଏହି ତିନି ଜଣ ବର୍ତ୍ତମାନ ଜାମିନରେ ଅଛନ୍ତି। କୋର୍ଟରେ ଉଭୟ ପକ୍ଷର ଶୁଣାଣି ଶେଷ ହେବା ପରେ ବୁଧବାର କୋର୍ଟ ରାୟ ଦେଇଛନ୍ତି।

Comments are closed.