Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟାଙ୍କ ହତ୍ୟା ଘଟଣାରେ ଆସିଲା ରାୟ, ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ଘଟଣାରେ ଆସିଲା ରାୟ। ହତ୍ୟା ଘଟଣାକୁ ୧୫ ବର୍ଷ ବିତିଯାଇଛି। ହେଲେ ଆଜି ଦିଲ୍ଲୀର ସାକେତ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ହେଡଲାଇନ୍ସ ଟୁଡେ ନାମକ ନ୍ୟୁଜ ଚ୍ୟାନେଲରେ ସୌମ୍ୟା କାମ କରୁଥିଲେ।

ଆଇପିସି ବ୍ୟତୀତ ସମସ୍ତଙ୍କୁ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜିଡ କ୍ରାଇମ ଆକ୍ଟ ଅନୁସାରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ରବି କପୁର, ଅମିତ ଶୁକ୍ଳା, ଅଜୟ କୁମାର, ବଲଜୀତ ମଲିକ ଓ ଅଜୟ ସେଠୀ। ୨୦୦୮ ମସିହା ସେପ୍ଟେମ୍ବର ମାସରେ ସେ ଅଫିସରୁ କାମ ସାରି ଘରକୁ ଫେରୁଥିଲେ। କିନ୍ତୁ ତାଙ୍କୁ ଦିଲ୍ଲୀର ନେଲସନ ମାଣ୍ଡେଲା ମାର୍ଗରେ ଗୁଳି କରି ହତ୍ୟା କରାଯାଇଥିଲା।

୨୦୧୦ ମସିହା ଜୁନରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ସୌମ୍ୟାଙ୍କ ହତ୍ୟା ପଛରେ ଲୁଟ ହିଁ ଏକମାତ୍ର କାରଣ ଥିଲା ବୋଲି କହିଥିଲା ପୋଲିସ। ସମସ୍ତଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା। ୨୦୧୦ ନଭେମ୍ବର ମାସରୁ ଘଟଣାର ଶୁଣାଣି ଆରମ୍ଭ ହୋଇଥିଲା। ୨୦୧୬ ଜୁଲାଇ ମାସରେ ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରହିଥିଲା। ଆଜି ଘଟଣାରେ ଚୂଡ଼ାନ୍ତ ରାୟ ଆସିଛି। ସମସ୍ତ ଅଭିଯୁକ୍ତ ୨୦୧୦ରୁ ହିଁ ଜେଲରେ ଅଛନ୍ତି।

Leave A Reply

Your email address will not be published.