Latest Odisha News

BREAKING NEWS

ଆଜରବୈଜାନର ଯୁଦ୍ଧବନ୍ଦୀ ନିୟମ ଉଲ୍ଲଂଘନ, ଆଇଏସଆଇଏସ ଶୈଳୀରେ ଆର୍ମେନିଆ ସୈନ୍ୟଙ୍କୁ ହତ୍ୟା କରୁଛି

ବାକୁ: ଥଣ୍ଡା ପଡି ଯାଇଥିବା ଆଜରବୈଜାନ ଓ ଆର୍ମେନିଆ ସଂଘର୍ଷ ଏବେ ନୃଶଂସ ରୂପ ନେଉଛି । ଏ ପର୍ଯ୍ୟନ୍ତ ୬୦୦ରୁ ଊଦ୍ଧ୍ୱର୍ ଜୀବନ ଯାଇ ସାରିଥିଲେ ମଧ୍ୟ ଯୁଦ୍ଧରେ ବିରାମ ଆସି ନାହିଁ । ଶୁକ୍ରବାର ଆର୍ମେନିଆ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଆଜରବୈଜାନ ଯୁଦ୍ଧବନ୍ଦୀ ନିୟମ ଉଲ୍ଲଂଘନ କରି ସୈନ୍ୟମାନଙ୍କୁ ନୃଶଂସ ଭାବେ ହତ୍ୟା କରୁଛି । ଆଇଏସଆଇଏସ ଆତଙ୍କବାଦୀଙ୍କ ପରି ଆର୍ମେନିଆର କେତେକ ସେନାଙ୍କ ମୁଣ୍ଡ ବିହୀନ ଶବ ମିଳିଛି ।

ଆର୍ମେନିଆ ରକ୍ଷାମନ୍ତ୍ରଣାଳର ପ୍ରବକ୍ତା ଶୁଶନ ସ୍ତେପନୟନ କେତେକ ଫଟୋ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମଝିରେ ରୁଷିଆର ହସ୍ତକ୍ଷେପ ଯୋଗୁ ଉଭୟ ଯୁଦ୍ଧ ବନ୍ଦ କରିବା ନେଇ ସମ୍ମତି ହୋଇଥିଲେ । ଆଜରବୈଜାନର ଏହି କ୍ରୁରତାକୁ ବିଭିନ୍ନ ଦେଶ ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.