Latest Odisha News

BREAKING NEWS

ଟସ ଜିଣି କୋଲକାତାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । କୋଲକାତା ଦଳ ଆଜି ନବନିଯୁକ୍ତ ଅଧିନାୟକ ଇଅନ ମୋର୍ଗାନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ।

ଗତ କାଲି ଦିନେଶ କାର୍ତ୍ତିକ ନିଜର ବ୍ୟାଟିଂ ଉପରେ ଅଧିକ ମନୋନିବେଶ କରିବାକୁ ଅଧିନାୟକ ପଦ ଛାଡ଼ିବା ପରେ ମୋର୍ଗାନଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଥିଲା । କୋଲକାତା ଶିବମ ମାବି ଓ କ୍ରିସ ଗ୍ରୀନ ଚୂଡାନ୍ତ ଏକାଦଶରେ ସ୍ଥାନ ଦେଇଛି । ମୁମ୍ବାଇ ଇଣ୍ଡିଆନ୍ସ ଜେମ୍ସ ପ୍ୟାଟିନସନଙ୍କ ସ୍ଥାନରେ ନାଥନ କୁଲ୍ଟର ନୀଲଙ୍କୁ ସୁଯୋଗ ଦେଇଛି ।

Leave A Reply

Your email address will not be published.