ବାକୁ:ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ଯୁଦ୍ଧ ଓ ଅଶାନ୍ତିର ପରିସମାପ୍ତି ଘଟିଛି । ଆଜରବୈଜାନ ୩ଟି ରଣନୀତି ଯୋଗୁ ଏହି ଯୁଦ୍ଧରେ ବିଜୟୀ ହୋଇ ବିବାଦୀୟ ନାଗର୍ନୋ-କାରବାଖାକୁ ହାତେଇବାରେ ସଫଳ ହୋଇଛି । ତେବେ ଏହି ୩ଟି ରଣନୀତି କଣ ? ଏଗୁଡିକ ହେଲା ଟେକନୋଲୋଜି, ଟ୍ୟାକଟିସ ଓ ତୁର୍କୀ । ତୁର୍କୀର ବୈରାକତର ଟିବି୨ ଓ ଇସ୍ରାଏଲର କାମିକାଜ ଡ୍ରୋନକୁ ଆଜରବୈଜାନ ବ୍ୟବହାର କରିଥିବା ବେଳେ ଆର୍ମେନିଆ ଟ୍ୟାଙ୍କ, ଇନଫେଂଟ୍ରି ଫାଇଟିଂ ଭେହ୍ୱିକଲ୍ସ, ଆର୍ଟିଲରୀ ଗନ୍ ପରି ଅସ୍ତ୍ରର ବ୍ୟବହାର କରିଥିଲା ।
ଯୁଦ୍ଧରେ ଆର୍ମେନିଆର ବ୍ୟାପକ କ୍ଷତି ଘଟିଥିଲା । ୧୮୫ ଟ୍ୟାଙ୍କ, ୪୪ ଇନଫେଂଟ୍ରି ଫାଇଟିଙ୍ଗ ଭେହ୍ୱିକଲ୍ସ, ୧୪୭ ଟି ଆର୍ଟିଲାରୀ ଗନ୍, ୧୯ ସେଲ୍ପ ପ୍ରପେଲ୍ଡ ଆର୍ଟିଲାରୀ, ୭୨ ମଲ୍ଟି ବ୍ୟାରେଲ ରକେଟ ଲଂଚର୍ସ ଓ ୧୨ ରାଡାର ନଷ୍ଟ ହୋଇଯାଇଛି । ତେବେ ଏହି ସବୁ ଭିତରେ ତୁର୍କୀ ଓ ଇସ୍ରାଏଲ ସହଯୋଗ ଆଜରବୈଜାନକୁ ବଳଶାଳୀ କରିଥିଲା ।
Comments are closed.