Latest Odisha News

BREAKING NEWS

ଆଇପିଏସ୍ ବିଜୟ କୁମାର ଶର୍ମା ଭାରପ୍ରାପ୍ତ ପୋଲିସ ଡ଼ିଜି ଓ ଏଚଓପିଏଫ ଭାବେ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ପୋଲିସ ଡ଼ିଜି ଓ ପୋଲିସ ଫୋର୍ସ (ଏଚଓପିଏଫ) ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା ଡ଼ିଜିପି ଆର୍ ପି ଶର୍ମା ରାଜ୍ୟ ଲୋକାୟୁକ୍ତର ସଦସ୍ୟ ଭାବେ ନିଯୁକ୍ତ ହେବା ପରେ ଏହି ପଦବୀର ଭାର ଶ୍ରୀ ଶର୍ମା ନେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ରାଜ୍ୟ ପ୍ରଶାସନରେ ବରିଷ୍ଠ ଅଧିକାରୀମାନଙ୍କ ପଦବୀରେ ଅଦଳବଦଳ ହୋଇଛି । ବରିଷ୍ଠ ଆଇପିଏସ ବିଜୟ କୁମାର ଶର୍ମା ଫାୟାର୍ ସର୍ଭିସେସର ଡ଼ିଜି ତଥା ହୋମଗାର୍ଡ଼ସର କମାଣ୍ଡାଣ୍ଟ ଜେନେରାଲ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

ଅଧିକ ପଢନ୍ତୁ: ଓଡ଼ିଶା ମୁଖ୍ୟ ଶାସନ ସଚିବ ପଦବୀ ଛାଡ଼ିପାରନ୍ତି ଆଦିତ୍ୟ ପାଢୀ

ଏବେ ବିଜୟ କୁମାର ଶର୍ମା ଭାରପ୍ରାପ୍ତ ଡ଼ିଜିପି ଭାବେ ରହିବା ପରେ ପରବର୍ତ୍ତୀ ସମୟରେ ଏହି ପଦବୀର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇପାରନ୍ତି ।

Leave A Reply

Your email address will not be published.