Latest Odisha News

BREAKING NEWS

ରାଉରକେଲାରେ ଧରାପଡିଲା କ୍ରିକେଟ୍ ବେଟିଂ ର‌୍ୟାକେଟ୍, ୫ ଗିରଫ

ରାଉରକେଲା: ରାଉରକେଲାର ବାସନ୍ତି କଲୋନୀ ଅଞ୍ଚଳରେ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ କ୍ରିକେଟ୍ ବେଟିଂ ର‌୍ୟାକେଟ୍ ଠାବ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଉଦିତ୍ ନଗର ଅଞ୍ଚଳର ଉମା ସିଂହ, ବ୍ରାହ୍ମଣୀତରଙ୍ଗର ମନପ୍ରିତ ସିଂହ ଓ ପ୍ଲାଣ୍ଟ ସାଇଟ୍ ଅଞ୍ଚଳର ଉତ୍ତମ ଶର୍ମା, ରାଜୁ ଲୋଧି ଏବଂ ଏମଡି ରାଫିକ୍ ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ଉମା ସିଂହ ଏହି ର‌୍ୟାକେଟର କିଙ୍ଗପିନ୍ ହୋଇଥିବାବେଳେ ପୋଲିସ ସେମାନଙ୍କ ଠାରୁ ୪ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । ଏତଦବ୍ୟତୀତ ସେମାନଙ୍କୁ ବୁଧବାର ଦିନ କୋର୍ଟରେ ହାଜର କରାଯିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.