Latest Odisha News

BREAKING NEWS

ହୃଦୟ ଜିଣୁଛି ‘ବାହୁବଳୀ’ର ରସିଆନ ଡ଼ବଡ୍ ଭିଡ଼ିଓ କ୍ଲିପ…

ଭାରତୀୟ ସିନେମାରେ ପ୍ରଭାସଙ୍କ ଅଭିନୀତ ସବୁଠୁ ବଡ ବ୍ଲକବଷ୍ଟର ଫିଲ୍ମ “ବାହୁବଳୀ” ଏବେ ବିଦେଶୀ ଦର୍ଶକଙ୍କ ମନ ଜିଣୁଛି।

ରଷିଆନ୍ ଏମ୍ବାସି ପକ୍ଷରୁ ଗୁରୁବାର ଦିନ ସୋସିଆଲ ମିଡିଆରେ ‘ବାହୁବଳୀ: ଦି କନକ୍ଲୁସନ୍’ ର ଏକ ଭିଡ଼ିଓ କ୍ଲିପ୍ ପୋଷ୍ଟ କରାଯାଇଥିଲା। ଯାହା ରସିଆନ ଭାଷାରେ ଡବଡ୍ ହୋଇ ସ୍ଥାନୀୟ ରସିଆନ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଦେଖିବାକୁ ମିଳିଥିଲା।

ଭିଡିଓ କ୍ଲିପ୍ ସହିତ ରସିଆନ ଏମ୍ବାସି ଟୁଇଟ୍ କରି କହିଛନ୍ତି, “ଭାରତୀୟ ସିନେମା ରୁଷରେ ଲୋକପ୍ରିୟତା ହାସଲ କରିଛି। ଦେଖନ୍ତୁ, ରଷିଆ ଟିଭି ବର୍ତ୍ତମାନ କ’ଣ ପ୍ରସାରଣ କରୁଛି: ବାହୁବଳୀ ଫିଲ୍ମ ରଷିଆନ ଭଏସ୍ ଓଭର ସହିତ! ”

ଏହାର କିଛି ସମୟ ମଧ୍ୟରେ ‘ବାହୁବଳୀ’ ରସିଆନ ଡ଼ବଡ୍ ଭିଡ଼ିଓ ଭାଇରାଲ୍ ହେଇଥିଲା ନେଟିଜେନ୍ସ ଏଭଳି ଏକ ଚମତ୍କାର ଚଳଚ୍ଚିତ୍ର ନିର୍ମାଣ ପାଇଁ ଏସଏସ ରାଜାମୌଲିଙ୍କୁ ପ୍ରଶଂସା କରିଛନ୍ତି।

Comments are closed.