Latest Odisha News

BREAKING NEWS

ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରସାର ହେବ ମୋଦୀ ସରକାରଙ୍କ ସଫଳତା

ଭୁବନେଶ୍ୱର: ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟପାସୀଙ୍କ ପାଖରେ କେନ୍ଦ୍ରସରକାରଙ୍କ ସଫଳତା ପହଁଚାଇବ ରାଜ୍ୟ ବିଜେପି । ଓଡିଶାରେ ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଜୁନ୍ ୧ ତାରିଖରୁ ମାସେ ଯାଏ ଡିଜିଟାଲ୍ ପ୍ଲାଟଫର୍ମରରେ ଲୋକଙ୍କ ପାଖରେ ପହଁଚିବ ସରକାରଙ୍କ ସଫଳତା ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଧାରା ୩୭୦ ଉଚ୍ଛେଦଠାରୁ କରୋନା ମୁକାବିଲା ଯାଏ ଅନେକ ସଫଳ ପ୍ରସଙ୍ଗ ରହିଛି । ଏହାକୁ ରାଜ୍ୟବାସୀଙ୍କ ପାଖରେ ପହଁଚାଇବ ରାଜ୍ୟ ବିଜେପି । ସେପଟେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ କହିଛନ୍ତି, ଏବର୍ଷ ମୋଦିଙ୍କ ପାଇଁ ଜିରୋ ବର୍ଷ । ସେ କିଛି କରିନାହାଁନ୍ତି । ଓଡିଶାରେ କୌଣସି ବଡ ପ୍ରକଳ୍ପ କରିନାହାଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Leave A Reply

Your email address will not be published.