ବଦ୍ରୀନାଥ: ଦୀର୍ଘ ୬ ମାସ ହେବ ବନ୍ଦ ରହିଥିବା ଉତ୍ତରାଖଣ୍ଡର ବାବା ବଦ୍ରୀନାଥଙ୍କ ଧାମ ଶୁକ୍ରବାର ଦିନ ଖୋଲିଛି ।
ଶୁକ୍ରବାର ଶୁଭ ମୁହୂର୍ତ୍ତରେ ବଦ୍ରୀନାଥ ଧାମର ମୁଖ୍ୟ ଫାଟକ ଖୋଲି ଦିଆଯାଇଛି । ଆଜି ସକାଳ ୪ଟା ୩୦ରେ ପ୍ରଥମେ ଭଗବାନ ବଦ୍ରୀନାଥଙ୍କୁ ଅଭିଷେକ କରାଯାଇଥିଲା ।
ମନ୍ଦିର ଖୋଲିବା ପୂର୍ବରୁ ଏହାକୁ ଫୁଲରେ ସଜାଯାଇଥିଲା । କିନ୍ତୁ ଲକଡାଉନ ଯୋଗୁଁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ଅନୁମତି ମିଳିବ ନାହିଁ ବୋଲି ସୂଚନା ମିଳିଛି ।
ଦ୍ୱାର ଫିଟିବା ସମୟରେ ମୁଖ୍ୟ ପୂଜାରୀଙ୍କ ସମେତ ଅନ୍ୟ ପୂଜାରୀ ଓ ମନ୍ଦିର ଟ୍ରଷ୍ଟର କିଛି ଜଣ ଲୋକ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ବଦ୍ରୀନାଥ ଧାମ ଖୋଲିବା ପୂର୍ବରୁ ଗତ ଏପ୍ରିଲ ୨୯ରେ କେଦାରନାଥ ଧାମ ଖୋଲିଥିଲା । ଶ୍ରୀ ଗଙ୍ଗୋତ୍ରୀ-ଯମୁନେତ୍ରୀ ଧାମର କବାଟ ଏପ୍ରିଲ ୨୬ରେ ଖୋଲି ଦିଆଯାଇଥିଲା ।
କରୋନାରୁ ମୁକ୍ତି ପାଇଁ ଆଜି ଏଠାରେ ବିଷ୍ଣୁ ସହସ୍ର ନାମ ପାଠ କରାଯିବା ନେଇ ସୂଚନା ରହିଛି ।
Comments are closed.