Latest Odisha News

‘ବାବା କା ଢାବା’ର ମାଲିକଙ୍କ ଆତ୍ମହତ୍ୟା ଉଦ୍ୟମ; ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରସିଦ୍ଧ ‘ବାବା କା ଢାବା’ର ମାଲିକ କାନ୍ତ ପ୍ରସାଦ ଗତକାଲି ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ୮୦ ବର୍ଷୀୟ କାନ୍ତ ପ୍ରସାଦ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରି ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, କାନ୍ତ ପ୍ରସାଦଙ୍କୁ ଗୁରୁବାର ରାତିରେ ନିଶାଦ୍ରବ୍ୟ ସହିତ ଅଧିକ ମାତ୍ରାରେ ସ୍ଲିପିଙ୍ଗ୍‌ ପିଲ୍‌ ଖାଇଥିଲେ। ଏହାପର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ନୂଆଦିଲ୍ଲୀରେ ଖୋଲିଥିବା ରେଷ୍ଟୁରାଣ୍ଟର ଭଡା ୧ ଲକ୍ଷ ଟଙ୍କା ହୋଇଥିବାରୁ ସେମାନେ ଏବେ ଅତ୍ୟଧିକ ଋଣଗ୍ରସ୍ତ ଥିବା କହିଥିଲେ ପତ୍ନୀ।ସେମାନେ ମାସକୁ କେବଳ ୩୦,୦୦୦ ଟଙ୍କା ରୋଜଗାର କରିବାରେ ସକ୍ଷମ ବୋଲି କହିଥିଲେ କାନ୍ତଙ୍କ ପତ୍ନୀ।

ଏହି ମାମଲାରେ ଦିଲ୍ଲୀ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.