Latest Odisha News

ପୁରୀ ରଥଯାତ୍ରା ପାଇଁ ୪ ଥର ହେବ କୋଭିଡ୍ RT-PCR ଟେଷ୍ଟ

ପୁରୀ: ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତଙ୍କର ଚାରି ଥର କୋଭିଡ୍ ଟେଷ୍ଟ ହେବ । ବିଭିନ୍ନ ପର୍ଯ୍ୟାୟରେ RT-PCR ଟେଷ୍ଟ କରାଯିବ । ସେହିପରି ପୋଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ମଧ୍ୟ ୪ ଥର RT-PCR ଟେଷ୍ଟ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ପ୍ରଥମେ ସ୍ନାନଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବ । ସେହିପରି ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ପୂର୍ବରୁ ସେବାୟତ, ପୋଲିସ ଓ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହେବ । ଏହାସହ ନିଳାଦ୍ରୀ ବିଜେର ୧୫ ଦିନ ପରେ ଆଉ ଥରେ RT-PCR ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

କରୋନା କାଳରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏବେ ପୁରୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଦୁଇ ଶହ ଭିତରେ ରହୁଛି । ଏଭଳି ସ୍ଥିତିରେ ପରମ୍ପରାକୁ ବଞ୍ଚାଇ ବିନା ଭକ୍ତରେ କେବଳ ପୁରୀରେ ରଥଯାତ୍ରା ହେବ । କେବଳ ସୀମିତ ସଂଖ୍ୟକ ସେବାୟ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ କର୍ମଚାରୀ ସାମିଲ ହେବେ । ସମସ୍ତଙ୍କର କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯିବ ।

Leave A Reply

Your email address will not be published.