ନୂଆଦିଲ୍ଲୀ: ଦିଲ୍ଲୀର ବର୍ତ୍ତମାନର ପ୍ରସିଦ୍ଧ ‘ବାବା କା ଢାବା’ ପରିଚାଳନା କରୁଥିବା ୮୦ ବର୍ଷୀୟ କାନ୍ତ ପ୍ରସାଦ ସୋମବାର ମାଲଭିଆ ନଗରରେ ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିଛନ୍ତି।
ଦୁଇମାସ ପୂର୍ବେ, ୟୁଟ୍ୟୁବର୍ ଗୌରବ ୱାସାନ୍ ପ୍ରସାଦ ଏବଂ ତାଙ୍କ ପତ୍ନୀଙ୍କ ଛୋଟ ଭୋଜନାଳୟରେ ଖାଦ୍ୟ ବିକ୍ରୟ କରୁଥିବା ଏକ ଭିଡିଓ ସୁଟିଂ କରିଥିଲେ। ମହାମାରୀ ହେତୁ ଗ୍ରାହକଙ୍କ ଅଭାବକୁ ନେଇ ଅଭିଯୋଗ ଆଣିଥିଲେ। ଭିଡିଓ ଭାଇରାଲ ହେବା ସହ ଅନେକ ଲୋକ ଟଙ୍କା ଦାନ କରି ଢାବା ପରିଦର୍ଶନ କରିଥିଲେ।
ପ୍ରକାଶ ଥାଉକି, ଏକ ମାସ ପରେ ପ୍ରସାଦ ଦମ୍ପତି ସାହାଯ୍ୟ କରିବା ପାଇଁ ସଂଗ୍ରହ କରାଯାଇଥିବା ଅର୍ଥର ଅପବ୍ୟବହାର ଅଭିଯୋଗରେ ୱାସାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ୱାସାନ୍ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ଏହାସହିତ “ଟଙ୍କା ଦାନ କରିଥିବା ସମସ୍ତ ଲୋକଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ରେଷ୍ଟୁରାଣ୍ଟ ଟିକିଏ ଅଲଗା ହେବାକୁ ଯାଉଛି ବୋଲି କହିଛନ୍ତି କାନ୍ତ ପ୍ରସାଦ। ଏହା ଯୋଗୁ ଅଧିକ ଲୋକ ଏଠାକୁ ଆସି ବସି ବସି ଖାଦ୍ୟ ଉପଭୋଗ କରିପାରିବେ। ଏଥିପାଇଁ କାନ୍ତ ପ୍ରସାଦ ବର୍ତ୍ତମାନ ଦୁଇଜଣ ରୋଷେୟାଙ୍କୁ ନିଯୁକ୍ତି ଦେଇଛନ୍ତି। ଆମେ ଭାରତୀୟ ଏବଂ ଚାଇନାର ଖାଦ୍ୟ ପ୍ରସ୍ତୁତ କରିବୁ ବୋଲି ପ୍ରସାଦ କହିଛନ୍ତି।
ବୁଧବାର ଠାରୁ ଗ୍ରାହକଙ୍କ ପାଇଁ ସେବା ଆରମ୍ଭ ହେବ। ଡେଲିଭରି ଏବଂ ଭୋଜନ ବିକଳ୍ପ ପାଇଁ ନୂଆ ରୋଷେଇ ଘର ସ୍ଥାପନ କରିବେ ବୋଲି ସେ କହିଛନ୍ତି।
Comments are closed.