Latest Odisha News

BREAKING NEWS

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗ, ସଲମାନଙ୍କ ପାଇଁ ଗଲା ଜୀବନ!

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ବରତା। ବରିଷ୍ଠ ଏନସିପି ନେତା ବାବା ଜିଆଉଦ୍ଦିନ ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜଣା ଯୁବକ ତାଙ୍କ ପେଟ ଓ ଛାତିରେ ଗୁଳି ଚଲେଇଥିବା ବେଳେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ମୁମ୍ୱାଇର ପଶ୍ଚିମ ବାନ୍ଦ୍ରାରେ ତାଙ୍କ ଉପରକୁ ୩ ଅଜଣା ଯୁବକ ଗୁଳି ଚଳାଇଥିବା ବେଳେ ହତ୍ୟା ଘଟଣାର ଛାନଭିନ୍‌ ଆରମ୍ଭ କରିଛି ପୋଲିସ। କ୍ରାଇମବ୍ରାଞ୍ଚ ସୂତ୍ର ଅନୁସାରେ ୩ ହତ୍ୟାକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ କରିଛି ପୋଲିସ। ଆଉ ଜଣେ ଫେରାର ଥିବା ଜଣାପଡ଼ିଛି। ତେବେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି। ଗିରଫ ୨ ଅଭିଯୁକ୍ତ କରନୈଲ୍ ସିଂହ ଓ ଧର୍ମରାଜ୍ କଶ୍ୟପ ।

ତେବେ ଶନିବାର ବାବା ସିଦ୍ଦିକି ନିଜ ପୁଅ ଜିସାନ୍ କୁ ଭେଟିବାକୁ ତାର ଅଫିସ୍ ଯାଇଥିଲେ। ହଠାତ୍ ସେତେବେଳେ ତାଙ୍କ ଉପରକୁ ଗୁଳି ବର୍ଷଣ ହୋଇଥିଲା। ସେ ଗାଡ଼ିରେ ବସିବା ପରେ ତାଙ୍କ ଉପରକୁ ୬ ରାଉଣ୍ଡର ଗୁଳି କରିଥିଲେ ଦୁର୍ବୃତ୍ତ।

ତେବେ ତାଙ୍କୁ କାହିଁକି ହତ୍ୟା କରାଗଲା ସେନେଇ ପୋଲିସ ତଦନ୍ତ ଚଳାଇଛି। ତେବେ ୧୫ ଦିନ ତଳେ ସିଦ୍ଦିକ୍‌ଙ୍କୁ ହତ୍ୟା ଧମକ ପାଇଁ ୱାଇ ସୁରକ୍ଷା ମିଳିଥିଲା। ଏଥିସହିତ ସେ ବଲିଉଡ୍‌ ଷ୍ଟାର ସଲମାନ ଖାନ୍‌ଙ୍କ ଅତି ନିକଟତର ମଧ୍ୟ ରହିଥିଲେ। ତେଣୁ ସଲମାନଙ୍କ ଲିଙ୍କ୍‌ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଉପରେ ଅଧିକ ସନ୍ଦେହ ବଢ଼ିଛି।

ତେବେ କହିରଖୁଛୁ, ଦୀର୍ଘ ୪୮ ବର୍ଷ ଧରି କଂଗ୍ରେସ ସାଙ୍ଗରେ ଥିଲେ । ଏଇ ଫେବୃଆରୀରେ ସେ ଇସ୍ତଫା ଦେଇ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ପଶ୍ଚିମ ବାନ୍ଦ୍ରାରୁ ୩ ଥର ବିଧାୟକ ଓ ମନ୍ତ୍ରୀ ବି ହୋଇଥିଲେ ସିଦ୍ଦିକ୍‌।

Comments are closed.