Latest Odisha News

BREAKING NEWS

ଅଭିମନ୍ୟୁ ଗର୍ଭରେ ରହି ଶୁଣିବା କଥା ମିଛ ନୁହେଁ, ବୈଜ୍ଞାନିକମାନେ ଏବେ ଲଗାଇଛନ୍ତି ମୋହର

ମହାଭାରତର ଅଭିମନ୍ୟୁଙ୍କ କାହାଣୀ କିଏ ବା ନ ଜାଣିଛି । ଅର୍ଜୁନଙ୍କ ପୁତ୍ର ଗର୍ଭରେ ଥିବା ବେଳେ ଚକ୍ରବ୍ୟୁହ କିପରି ଭଙ୍ଗାଯିବ ତାହା ଶୁଣି ନେଇଥିଲା । ତେବେ କଥା ଅଧାରୁ ରହିଯିବାରୁ ସେ ଏଥିରୁ କିପରି ବାହାରି ତାହା ଶୁଣିପାରି ନ ଥିଲା । ଯାହାକି ଅଭିମନ୍ୟୁର ମୃତ୍ୟୁର କାରଣ ସାଜିଥିଲା । ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ସମ୍ଭବପର ମନେ କରାଯାଉ ନ ଥିଲା । ତେବେ ନିକଟରେ ଏକ ଗବେଷଣାରେ ଏହା କିଛି ମାତ୍ରାରେ ପ୍ରମାଣିତ ହୋଇଛି ଯେ, ମାଆ ପେଟରେ ପିଲା ତାର ମାତୃଭାଷା ଶ୍ରବଣ କରି ଶିଖି ନେଇଥାଏ । ଜନ୍ମ ହେବା ପରେ ସେ ଏହାକୁ ସହଜରେ ଗ୍ରହଣ କରି ନେଇଥାଏ ।

ସାଇନ୍ସ ଆଡଭାନ୍ସ ନାମକ ଏକ ଗବେଷଣା ଭିତିତ ପତ୍ରିକାରେ ଏହି ତଥ୍ୟ ପ୍ରକାଶ ପାଇଛି । ଗବେଷକମାନେ ୩୩ ଗର୍ଭବତୀ ମାଆଙ୍କର ଇଇଜି ମାଧ୍ୟମରେ ଏହି ପରୀକ୍ଷଣ କରିଥିଲେ । ଏଥିର ଉପରୋକ୍ତ ତଥ୍ୟ ମିଳିଛି । ବାପା ମାଆଙ୍କ ସ୍ୱର, ସ୍ଥାନୀୟ ଗୀତ ସହଜରେ ଶିଶୁଟି ବୁଝି ପାରୁଛି । ତେବେ ଏହା ଉପରେ ଆହୁରି ଅନେକ ଗବେଷଣା ବାକି ଅଛି । ସେ ଯାହା ହେଉ ଅଭିମନ୍ୟୁଙ୍କ କଥା ମିଛ ନୁହେଁ ତାହା ବିଜ୍ଞାନ ମାଧ୍ୟମରେ କିଛି ମାତ୍ରାରେ ପ୍ରମାଣିତ ହୋଇପାରିଛି ।

Leave A Reply

Your email address will not be published.