Latest Odisha News

BREAKING NEWS

କେଉଁ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ବାବୁସାନ ?

କଟକ: ଚେନ୍ନାଇରୁ ଫେରିବା ପରେ ଓଲିଉଡ ହୀରୋ ବାବୁସାନଙ୍କୁ ଘାରିଛି ଗିରଫଦାରୀ ଭୟ। ଖାରବେଳନଗର ଥାନା ପୂର୍ବରୁ ବାବୁସାନଙ୍କୁ ତାଙ୍କ ପତ୍ନୀ ତୃପ୍ତୀ ଶତପଥୀଙ୍କ ଏଫଆଇଆର ଆଧାରରେ ହାଜର ହେବାକୁ କହିସାରିଛି। ଏବେ ସେ ଭୁବନେଶ୍ୱରକୁ ଫେରିଛନ୍ତି। ତେଣୁ ପୋଲିସ ଜେରାର ସେ ଖୁବଶୀଘ୍ର ସାମ୍ନା କରିବେ ବୋଲି ଜଣାପଡିଛି। ଏପରି ସ୍ଥିତିରେ ବାବୁସାନ ହାଇକୋର୍ଚରେ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି।

ନିକଟରେ ଅଭିନେତାଙ୍କ ପତ୍ନୀ ତୃପ୍ତୀ ଶତପଥୀ ଖାରବେଳ ନଗର ଥାନାର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ଧାରା ୪୯୮ ‘ଏ’ରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ତାଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିରୋଧରେ ଆଇପିସି ଧାରା ୫୦୬ରେ ମାମଲା ରୁଜୁ ହୋଇଛି।

ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ ମା’ କୃଷ୍ଣପ୍ରିୟା ମିଶ୍ରଙ୍କ ଦ୍ୱାରା ରୁଜୁ ହୋଇଥିବା ଦୁଇଟି ପୃଥକ ପୃଥକ ଏଫ୍ଆଇଆର୍ ଆଧାରରେ ପୁଲିସ ରବିବାର ୭ ଜଣଙ୍କ ବୟାନ ରେକର୍ଡ କରିଛି।

ତିନି ଦିନ ପୂର୍ବରୁ ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ସକାଳେ ଏକ କାରରେ ଯାଉଥିଲେ। ଏହି ସମୟରେ ଅପରାଜିତା ମହାନ୍ତିଙ୍କ ବୋହୂ ତଥା ବାବୁସାନଙ୍କ ପତ୍ନୀ ଆସି କାର ଭିତରୁ ପ୍ରତୃତି ମିଶ୍ରଙ୍କୁ ଭିଡି ଆଣିଥିଲେ। ପରେ ତାଙ୍କୁ ବିଚ ରାସ୍ତାରେ ମାଡ ମାରିଥିଲେ। ତାଙ୍କ ବୈବାହିକ ଜୀବନକୁ ପ୍ରକୃତି ମିଶ୍ର ଭାଙ୍ଗି ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ପରେ ବାବୁସାନ ଏବଂ ପ୍ରକୃତି ମିଶ୍ର ଦୁଇ ଜଣ ପୃଥକ ପୃଥକ ଭିଡିଓ ଜାରି କରି ଅଭିଯୋଗକୁ ଖଣ୍ଡନ କରିଥିଲେ। ସେମାନେ କେବଳ ବନ୍ଧୁ ବୋଲି ଉଭୟ କହିଥିଲେ।

Comments are closed.