ଭୁବନେଶ୍ବର: ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥିବା ବାବୁସାନ ମହାନ୍ତିଙ୍କ ‘ବୋଉ ବୁଟୁ ଭୂତ’ର କ୍ରେଜ କମ୍ ହେବାରେ ନାହିଁ । ରିଲିଜର ୧୧ ଦିନ ମଧ୍ୟରେ ୧୦ କୋଟି ପାର୍ କରିଛି ଫିଲ୍ମ । ଏହିପରି ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ହୋଇପାରିଛି । ଏଥିସହ ଫିଲ୍ମର ଟ୍ରେଲର 2 ରିଲିଜ ହୋଇଛି ।
ନିର୍ମାତାଙ୍କ ଅନୁଯାୟୀ ଫିଲ୍ମର ଏକ ସପ୍ତାହରେ ମୋଟ ୭. ୧୫କୋଟି ଆୟ କରିଥିଲା । ବର୍ତ୍ତମାନ ଫିଲ୍ମ ରିଲିଜର ୧୧ ଦିନ ବିତିଥିବା ବେଳେ ୧୦ କୋଟି ପାର୍ କରିଛି । ୧୧ତମ ଦିନରେ ଫିଲ୍ମ ୧୦.୩୬ କୋଚି ଆୟ କରି ଇତିହାସ ରଚିଛି ।
ଜୁନ ୧୨ରେ ରିଲିଜ ଏହି ଫିଲ୍ମରେ ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ହୋଇଛି । ଏଥିସହ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି ।
View this post on Instagram
ଫିଲ୍ମର ଟ୍ରେଲର 2 ଦୁଇ ମିନିଟ୍ ର ରହିଛି । ଏଥିରେ ବାବୁସାନଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଛି ।
ବାବୁସାନ୍ଙ୍କ ନିଜସ୍ୱ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ପତ୍ନୀ ତୃପ୍ତିଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଜଗଦୀଶ ମିଶ୍ର । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ମ. ଇମ୍ରାନ । ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଛନ୍ତି ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ଏହି ଫିଲ୍ମରେ ‘ଲାଲ ଟୁକ ଟୁକ’ ଗୀତ ଗାଇଛନ୍ତି ଅପରାଜିତା ଓ ‘ଓଦା ଲାଗେ’ ଗୀତ ଗାଇଛନ୍ତି ବାବୁସାନ ଓ ଶୁଭଶ୍ରୀ ଜେନା । ଏହି ଫିଲ୍ମରେ ଉଭୟ ମା ଓ ପୁଅ ଅପରାଜିତା ଏବଂ ବାବୁସାନ ଅଭିନୟ କରିବା ସହ ଗୀତ ଗାଇଛନ୍ତି । ଏଥିରେ ପ୍ରଥମ ଥର ପାଇଁ ଅପରାଜିତା ମହାନ୍ତି ତାଙ୍କ ପ୍ରଥମ ଗୀତ ‘ଲାଲ ଟୁକ ଟୁକ’ ଗାଇଛନ୍ତି ।
Comments are closed.