Latest Odisha News

ଆଠଗଡ ବନଖଣ୍ଡରେ ହାତୀ ଶାବକ ମୃତ

କଟକ: ଆଠଗଡ ବନଖଣ୍ଡରେ ଆଖି ବୁଜିଲା ହାତୀ ଶାବକ। ଅସୁସ୍ଥ ଥିବାରୁ ହାତୀ ଶାବକର ଚାଲିଥିଲା ଚିକିତ୍ସା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଛୁଆ ହାତୀର ଜୀବନ। ହାତୀ ଶାବକଟିର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। କଟକ ଡିଲ୍ଲା ମାଣିଆବନ୍ଧ ବନପାଳ କାର୍ଯ୍ୟାଳୟ ପରିସରରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ଆଠଗଡ ବନଖଣ୍ଡ ବଡ଼ମ୍ବା ରେଞ୍ଜ ମାଣିଆବନ୍ଧ ବଡ଼ଯୋରା ସଂରକ୍ଷିତ ଜଙ୍ଗଲରେ ଗୋଠଛଡ଼ା ହୋଇଥିଲା ଏକ ୨ ମାସର ହାତୀ ଶାବକ। ହାତୀଙ୍କଠାରୁ ଗୋଠଛଡ଼ା ହେବା ପରେ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଥିଲା ହାତୀ ଛୁଆ। ଏନେଇ ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ହାତୀ ଶାବକକୁ ଉଦ୍ଧାର କରିଥିଲେ।

ତାକୁ ଉଦ୍ଧାର କରି ତୁରନ୍ତ ମାଣିଆବନ୍ଧ ବନପାଳ କାର୍ଯ୍ୟାଳୟ ପରିସରକୁ ନିଆଯାଇଥିଲା। ସେଠାରେ କପିଳାସ ପ୍ରାଣୀ ଉଦ୍ୟାନର ରାପିଡ଼ ରେସପନ୍ସ ଟିମ୍‌ ହାତୀ ଛୁଆଟିର ଚିକିତ୍ସା କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶାବକର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.