ମୁମ୍ବାଇ: ବରୁଣ ଧୱନ ଅଭିନୀତ ଆକ୍ସନ ଡ୍ରାମା ଚଳଚ୍ଚିତ୍ର ‘ବେବି ଜନ୍’ର ଟିଜର ସୋମବାର ରିଲିଜ୍ ହୋଇଛି। ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଯବାନ’ର ନିର୍ଦ୍ଦେଶକ ଏଟଲୀଙ୍କ ପତ୍ନୀ ପ୍ରିୟା ଏଟଲୀ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି। ପୂର୍ବରୁ ‘ବେବି ଜନ୍’ରୁ ବରୁଣଙ୍କ ଅନେକ ପୋଷ୍ଟର ସାମ୍ନାକୁ ଆସିବା ପରେ ଏବେ ଟିଜର ରିଲିଜ୍ ହୋଇଛି।
ଏହି ୧ ମିନିଟ୍ ୫୭ ସେକେଣ୍ଡର ଟିଜରରୁ ଜଣାପଡ଼ୁଛି ଯେ ବରୁଣ ଧୱନ ତାଙ୍କ ଫିଲ୍ମ କ୍ୟାରିୟରର ସବୁଠୁ ଭିନ୍ନ ଧରଣର ତଥା ସର୍ବୋତ୍ତମ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି। ସମ୍ପୂର୍ଣ୍ଣ ଟିଜରରେ ବରୁଣ ଆକ୍ସନ ଅବତାରରେ ନଜର ଆସିଛନ୍ତି। ଏଥିସହ ଫିଲ୍ମର ନାୟିକା କୀର୍ତ୍ତି ସୁରେଶ ଏବଂ ୱାମିକା ଗବ୍ବିଙ୍କ ଝଲକ୍ ମଧ୍ୟ ଟିଜରରେ ଦେଖିବାକୁ ମିଳିଛି।
ଅପରପକ୍ଷେ ଜ୍ୟାକି ଶ୍ରଫ୍ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ତାଙ୍କ ଲୁକ୍ ମଧ୍ୟ ଜବରଦସ୍ତ ରହିଛି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। କଲୀଶ୍ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଶେଷ ଭାଗରେ ଅର୍ଥାତ୍ ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୫ରେ ପ୍ରେକ୍ଷାଳୟକୁ ଆସିବ।