Latest Odisha News

BREAKING NEWS

ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ

ଭଦ୍ରକ: ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ। ଗତକାଲି ଭଦ୍ରକଜିଲ୍ଲା ଭଣ୍ତାରିପୋଖରୀ ଥାନା ବୟାବନାପୁର ଗ୍ରାମର ଏକ ଦମ୍ପତି ମାସକର ଶିଶୁକନ୍ୟାକୁ ବିକି ଦେଇଥିଲେ। ଜେଜେମା ପାଇଁ ଫେରିଲା ନାତୁଣୀ। ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର ହୋଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୁଲିସ ସହାୟତାରେ କଟକରୁ ଶିଶୁକୁ ଉଦ୍ଧାର କରାଯାଇଛି।

ଗତ ୧୨ ତାରିଖ ଦିନ ଭଣ୍ଡାରିପୋଖରୀ ବୟା ବନାପୁର ଗାଁର ସିପୁ ଦାସ ଓ ତାଙ୍କ ସ୍ତ୍ରୀ ନିଜର ଏକ ମାସର ଝିଅକୁ ୩୫ ହଜାର ଟଙ୍କାରେ କଟକରେ ଜଣେ ସମ୍ପର୍କୀୟଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜେଜେ ମାଆ ସାବିତ୍ରୀ ଦାସ ଥାନାରେ ଜଣାଇବା ପରେ ପୁଲିସ ଗତକାଲି ତୁରନ୍ତ ସିପୁ ଦାସ ଓ ତାଙ୍କ ସ୍ତ୍ରୀ ଏବଂ ଶାଶୂଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ସେମାନେ ଶିଶୁ ଜଣେ ସମ୍ପର୍କୀୟଙ୍କୁ ବିକି ଦେଇଥିବା ମାନିଥିଲେ ।

ଗତକାଲି ସନ୍ଧ୍ୟାରେ ଭଣ୍ଡାରିପୋଖରୀ ଥାନା ପୁଲିସ ଟିମ କଟକ ଯାଇ ଶିଶୁ କନ୍ୟାକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଆଣିଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ତେବେ ଧାର ଟଙ୍କା ସୁଝିବା ପାଇଁ ବାପା ମାଆ ନିଜର ଏକ ମାସର ଶିଶୁ କନ୍ୟାକୁ ବିକ୍ରି କରିଥିବା ପୁଲିସ ଜାଣିବାକୁ ପାଇଛି।

Comments are closed.