Latest Odisha News

BREAKING NEWS

ରାସ୍ତାରୁ ଉଦ୍ଧାର ହେଲା ନବଜାତ ଶିଶୁର ମୁଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶ୍ରପଡା ଅଞ୍ଚଳର ଏକ ରାସ୍ତା ଉପରେ ନବଜାତ ଶିଶୁର ମୁଣ୍ଡ ପଡ଼ିଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଛି।

ଆଜି ସକାଳେ ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁଣ୍ଡଟିକୁ ଜବତ କରି ତଦନ୍ତ କରୁଥିବା ସୂଚନା ମିଳିଛି ।

ତେବେ ଏହି ଶିଶୁର ମୁଣ୍ଡ କେମିତି ପଡ଼ିଲା ତାହା ଏଯାବତ୍ ଜଣାପଡିନାହିଁ । ନିକଟରେ ଏକ ନର୍ସିଂହୋମ ରହିଥିବା ଯୋଗୁଁ କାହାର ମୃତ ଶିଶୁ ଜନ୍ମ ପରେ ଡ଼ଷ୍ଟବିନରେ ଶିଶୁକୁ ଫୋପାଡ଼ି ଦେଇଥିବା କିମ୍ବା କେହି ଶିଶୁକୁ ଜନ୍ମ ପରେ ମାରି ଫୋପାଡ଼ି ଦେଇଥିବା ମଧ୍ୟ ସ୍ଥାନୀୟ ବାସିନ୍ଦା ସନ୍ଦେହ କରିଛନ୍ତି।

ତେବେ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Leave A Reply

Your email address will not be published.