Latest Odisha News

BREAKING NEWS

ଚୀନ୍‌କୁ ଚେତାଇଲେ ରାଜନାଥ, କହିଲେ ସୀମା ଚୁକ୍ତି ଉଲ୍ଲଙ୍ଘନ କଲେ ଜବାବ ଦେବ ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଭିତରେ ଚୀନ୍‌କୁ ଚେତାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଚୀନ୍‌କୁ କଡା ସନ୍ଦେଶ ଦେଇ କହିଛନ୍ତି ଯେ, ଯଦି ଚୀନ୍ ସୀମା ଚୁକ୍ତି ଉଲ୍ଲଂଘନ କରେ ତେବେ ଭାରତ ଉଚିତ ଜବାବ ଦେବ । ଏବଂ ଆମେ ସବୁ ପ୍ରକାରର ମୁକାବିଲା ପ୍ରସ୍ତୁତ ଅଛି । ଆଜି ରାଜ୍ୟସଭାରେ ବିବୃତ୍ତି ରଖି କିଛି ଏଭଳି କହିଛନ୍ତି ରାଜନାଥ ସିଂ ।

ସେ କହିଛନ୍ତି, ବର୍ତ୍ତମାନ ଭାରତ ଓ ଚୀନ୍ ମଧ୍ୟରେ ପୂର୍ବ ଲଦାଖରେ ଥିବା ଏଲଏସିରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି । ରାଜ୍ୟସଭାରେ ନିଜ ବକ୍ତବ୍ୟରେ ରାଜନାଥ ସ୍ପଷ୍ଟ କରିଛନ୍ତି ସମସ୍ତ ପ୍ରତିକୂଳ ସ୍ଥିତି ଭିତରେ ଭାରତୀୟ ସେନା ସୀମା ସୁରକ୍ଷାରେ ଅଛନ୍ତି । ଏଲଏସିରେ ଆମ ସେନା ମଧ୍ୟ ପ୍ରସ୍ତୁତ ଅଛନ୍ତି । ଚୀନର କାର୍ଯ୍ୟକଳାପ ବିରୋଧରେ ଭାରତ ଜବାବ ଦେବ ।

ଦୁଇ ଦେଶ ମଧ୍ୟରେ ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରଖିବାକୁ ଉଦ୍ୟମ ଜାରି ରହିଛି । ଦୁଇ ପକ୍ଷ ପୂର୍ବରୁ ହୋଇଥିବା ସମସ୍ତ ଚୁକ୍ତିକୁ ପାଳନ କରିବାର ଆବଶ୍ୟକତା ରହିଛି । କିନ୍ତୁ ଚୀନ୍ ଏହାକୁ ପାଳନ କରୁନାହିଁ । ଚୀନ୍ ୧୯୬୩ ମସିହାରୁ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ୩୮ ହଜାର ବର୍ଗ କିଲୋମିଟର ଅଞ୍ଚଳ ଅନଧିକାର ଭାବେ ଅକ୍ତିଆର କରି ରଖିଛି ।

ସେହିପରି ପିଓକେର ସିଆଚୀନ୍ ଅଞ୍ଚଳର ୫ ହଜାର ୧୮୦ ବର୍ଗ କିମି ଅଞ୍ଚଳ ପାକିସ୍ତାନ ଚୀନ୍ ହାତକୁ ଟେକି ଦେଇଛି । ଭାରତୀୟ ସୀମାକୁ ଅନଧିକାର ଭାବେ ଅକ୍ତିଆର କରିବା ପରେ ୧୯୯୩ ଓ ୨୦୦୩ ମସିହାର ସୀମା ଚୁକ୍ତିକୁ ମଧ୍ୟ ପାଳନ କରୁନି । ବରଂ ଭାରତ ଚୀନ ଭିତରେ କୌଣସି ସୀମା ସ୍ଥିର ହେବା କଥାକୁ ଅସ୍ୱୀକାର କରି ଆସୁଛି ।

ଗତ ୨୯ ଅଗଷ୍ଟରେ ସୀମାରେ ଚୀନ ସେନା ପକ୍ଷରୁ ଅନଧିକାର ଅନୁପ୍ରବେଶ ଉଦ୍ୟମ ଓ ଗୁଳି ବିନିମୟ ହୋଇଥିଲା । ଏହି ଘଟଣା ସ୍ପଷ୍ଟ କରିଛି ଚୀନ୍ ଭାରତ ସହିତ କଥାବାର୍ତ୍ତା ଭିତରେ ବିବାଦ ସମାଧାନ ଚାହୁଁନାହିଁ । ଅସ୍ଥିରତା ସୃଷ୍ଟି ପାଇଁ ଚୀନ୍ ପକ୍ଷରୁ ବାରମ୍ୱାର ଉଦ୍ୟମ ହୋଇ ଆସୁଛି । ବର୍ତ୍ତର୍ମାନ ଚୀନ୍ ଏହା ପାଶ୍ୱର୍ରେ ବହୁ ସଂଖ୍ୟାରେ ସୈନ୍ୟବଳ ମହଜୁଦ୍ କରିଛି । ଏହାକୁ ଜବାବ ଦେବାକୁ ଭାରତ ମଧ୍ୟ ସୀମାରେ ସୈନ୍ୟ ବଳ ବଢାଇଛି । ସୀମାରେ ଭିତିଭୂମି ବିକାଶ କରି ଚୀନକୁ ଜବାବ ଦେବାକୁ ଭାରତ ସମସ୍ତ ଉଦ୍ୟମ କରୁଥିବା ରାଜ୍ୟସଭାରେ ବକ୍ତବ୍ୟ ରଖିଛନ୍ତି ରାଜନାଥ ସିଂ ।

Leave A Reply

Your email address will not be published.