Latest Odisha News

ଝିଅ ପାଇଁ ଏକ ହେଲେ ବଚ୍ଚନ ପରିବାର: ଆରାଧ୍ୟାଙ୍କୁ କଲେ ଚିଅର ଅପ୍

ମୁମ୍ବାଇ: ଐଶ୍ୱର୍ଯ୍ୟା-ଅଭିଷେକ ପାରିବାରିକ ବିବାଦକୁ ନେଇ ନୂଆ ଟୁଇଷ୍ଟ । ମିଶି ଗଲା କି ମନ ? ଏକାଠି ହେଲେ କି ଅଭିଷେକ-ଐଶ୍ୱର୍ଯ୍ୟା ? ନା ପାରିବାରିକ ବିବାଦ ଖାଲି ଏକ ରିଉମର ଥିଲା ? ଏ ଦୃଶ୍ୟ ତ ସମ୍ପୂର୍ଣ୍ଣ ଅଲଗା କଥା କହୁଛି । ବେଶ ମସ୍ତି କରୁଛନ୍ତି ବଚ୍ଚନ ପରିବାର ? ନା କୁନି ଆରାଧ୍ୟଙ୍କ ପ୍ରେମ ସମସ୍ତଙ୍କୁ ଏକାଠି କରିଦେଇଛି ? ଏ ପ୍ରଶ୍ନ ଆମର ନୁହେଁ,  ଏମିତି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ।

ବଚ୍ଚନ ପରିବାରର କଥା କେବେ ବାହାରକୁ ଆସି ନ ଥାଏ । ଅମିତାଭଙ୍କ ପରିବାରର ମର୍ଯ୍ୟଦା ଭିନ୍ନ ପ୍ରକାରର । ତଥାପି ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ପଡୁନି ଏପରିକି ଉଭୟ ଅଲଗା ରହୁଥିବା ନେଇ ମଧ୍ୟ ଶୁଣିବାକୁ ମିଳୁଥିଲା । ଶାଶୂ ଜୟ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କର ପଡୁନି  ଆଉ ଅଭିଷେକ ପୁରା ମା’ ପ୍ୟାରା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା  ଶୁଣିବାକୁ ମିଳୁଥିଲା । ଏପରିକି ଅଭିଷେକ ତାଙ୍କ ହାତରୁ ବାହାଘର ମୁଦି କାଢି ଦେଇଥିବା, ଅମିତାଭ ବୋହୂଙ୍କୁ ଉନଷ୍ଟାରେ ଅନଫଲୋ କରିବା ଏବଂ ଆରାଧ୍ୟା ଜନ୍ମଦିନ ଶୁଭେଚ୍ଛା ଫଟୋରେ ଜୟାଙ୍କ ଦେଖା ନ ମିଳିବା ଏମିତି ଶୁଣା କଥାକୁ ବିଶ୍ୱାସ କରିବା ପାଇଁ ବଳ ଯୋଗାଇଥିଲା । ଏପରିକି ଏଶ୍ୱର୍ଯ୍ୟା କୁଆଡେ ଆରାଧ୍ୟାଙ୍କୁ ନେଇ ଅଲଗା ରହୁଥିବା ଶୁଣିବାକୁ ମିଳୁଥିଲା । ହେଲେ ଲାଟେଷ୍ଟ ଖବର କିଛି ଅଲଗା କହୁଛି ।

ଏ ଦୃଶ୍ୟକୁ ଦେଖନ୍ତୁ । ଏକାଠି ହୋଇଛନ୍ତି ସାରା ବଚ୍ଚନ ପରିବାର । ଏଠି ଐଶ୍ୱର୍ଯ୍ୟା ତାଙ୍କ ଭଣଜା ଅଗସ୍ତ୍ୟକୁ କେମିତି ଆଦର କରୁଛନ୍ତି । ଅଭିଷେକ କେମିତି ଶାଶୂଙ୍କ ହାତ ଧରି କାର ପର୍ଯ୍ୟନ୍ତ ନେଇ ଯାଉଛନ୍ତି । ଏଠି ଦେଖନ୍ତୁ, କେମିତି ଅଭିତାଭଙ୍କ  ସହ ଅଭିଷେକ ଓ ଐଶ୍ୱର୍ଯା ନାଚୁଛନ୍ତି !

ଏଦୃଶ୍ୟ ଦେଖିବାକୁ ମିଳିଥିଲା ଆରାଧ୍ୟଙ୍କ ସ୍କୁଲରେ । ଗତକାଲି ଧୀରଭାଇ ଅମ୍ବାନୀ ଇଣ୍ଟରନାଶନାଲ ସ୍କୁଲର ଆନୁଆଲ ଡେ ଫଙ୍କସନ ଥିଲା । ଏଥିରେ ଷ୍ଟେଜ ଚମକେଇଥିଲେ ଷ୍ଟାର କିଡ୍ସ । ଆରାଧ୍ୟାଙ୍କ ପ୍ରଦର୍ଶନ ବି ଦମଦାର ଥିଲା । ସିଟରେ ଅଭିଷେକ, ଐଶ୍ୱର୍ଯ୍ୟ ଏବଂ ଭଣଜା ଅଗସ୍ତ୍ୟ ବସି ଆରାଧ୍ୟଙ୍କ ଫଟୋ ଉଠାଉଥିଲେ । ଶେଷରେ ଅମିତାଭଙ୍କ ସହ ସମସ୍ତେ ନାଚୁଥିବାର ବି ଦେଖିବାକୁ ମିଳିଥିଲା ।

ଏଠି ଦେଖନ୍ତୁ ଫଙ୍କସନରେ ଭଣଜା ଅଗସ୍ତ୍ୟ ଆସିଛନ୍ତି । ତାଙ୍କ ମାଇଁ ଐଶ୍ୱର୍ଯ୍ୟା କେମିତି ଶ୍ରଦ୍ଧା କରୁଛନ୍ତି ।  ଏପଟେ ଅମିତାଭ ବି ନାତଣୀର ଫରଫରମାନ୍ସ ଦେଖି ଖୁସିରେ ନାଚୁଛନ୍ତି । ଆଉ ଏକ ଦୃଶ୍ୟ ଫ୍ୟାନ୍ସଙ୍କ ମନକୁ ଛୁଇଁ ଯାଇଛି । କାର୍ଯ୍ୟକ୍ରମକୁ ଐଶ୍ୱର୍ଯ୍ୟାଙ୍କ ମା’ ବୃନ୍ଦା ରାୟ ଆସିଥିଲେ । ସେଠାରେ ଅଭିଷେକ ଶାଶୂଙ୍କ ହାତ ଧରି ଗାଡି ପାଖକୁ ନେଇ ଯାଉଛନ୍ତି । ଏହି ଦୃଶ୍ୟ ଦେ୍ଖି ସମସ୍ତେ କହୁଛନ୍ତି ଅଭିଷେକ ଜଣେ ଭଲ ଜ୍ୱାଇଁ ।

ଯାହା ବି ହେଉ ଏସବୁ ଦୃଶ୍ୟ ତ କହୁଛି ବଚ୍ଚନ ପରିବାରରେ ସେମିତି କିଛି ବି ଘଟନି । ଯାହା ବି ଘଟିବ ସମୟ କହିବ । ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.