Latest Odisha News

BREAKING NEWS

‘ବଚପନ କା ପ୍ୟାର’ ଫେମ୍ ଗାୟକ ସହଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ଦିଲ୍ଲୀ: ‘ବଚପନ କା ପ୍ୟାର’ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ସହଦେବ ଦିରଦୋ ଖରାପ ପରିସ୍ଥିତି ଭିତରେ ଗତି କରୁଛନ୍ତି । ମଙ୍ଗଳବାର ଦିନ ତାଙ୍କର ଏକ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ଗୁରୁତରଭାବେ ଆଘାତ ହୋଇଥିଲେ । ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଥିଲା ।

ଏହି ଘଟଣା ପରେ ସହଦେବଙ୍କୁ ସୁକୁମା ଜିଲ୍ଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଜଗଦଲପୁର ମେଡ଼ିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସହଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି ।

ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟିଥିବା ସମୟରୁ ଜଗଦଲପୁର ମେଡ଼ିକାଲ କଲେଜରେ ଚିକିତ୍ସା ଆରମ୍ଭ ହେବା ପର୍ଯ୍ୟନ୍ତ ୫ଘଣ୍ଟା ଯାଏଁ ସହଦେବ ବେହୋସ ରହିଥିଲେ । ରାତି ୧୦ଟା ପରେ ସହଦେବଙ୍କୁ ହୋସ୍ ଆସିଥିଲା । ଏବେ ସେ ବିପଦମୁକ୍ତ ଅଛନ୍ତି । ମେଡ଼ିକାଲ କଲେଜର ଡ଼ାକ୍ତର ଟିକୁ ସିହ୍ନା କହିଛନ୍ତି, ସହଦେବ ବର୍ତ୍ତମାନ କଥାବାର୍ତ୍ତା କରୁଛନ୍ତି । ସହଦେବଙ୍କ ସିଟି ସ୍କାନ ଓ ଅନ୍ୟ ଟେଷ୍ଟ ମଧ୍ୟ କରାଯାଇଛି ।

Comments are closed.