Latest Odisha News

BREAKING NEWS

ମ୍ୟାଚ ହାରିବା ପରେ ପାକିସ୍ତାନ କ୍ରିକେଟରୁ ଆସିଲା ଖରାପ ଖବର, ହସ୍ପିଟାଲରେ କ୍ରିକେଟର

ମେଲବର୍ଣ୍ଣ: ପାକିସ୍ତାନର କ୍ରିକେଟର ଉମର ଆକମଲ ଡାକ୍ତରଖାନାରେ ଭର୍ତ୍ତି। ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ହାରିବା ପରେ ଏହି ଖେଳାଳି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ମେଲବର୍ଣ୍ଣ ମ୍ୟାଚର ଦୁଇ ଦିନ ପୂର୍ବରୁ ପାକିସ୍ତାନର ଶାନ ମାସୁଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନେଟରେ ପ୍ରାକ୍ଟିସ କରିବା  ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତେବେ ସେହି ଆଘାତରୁ ସୁସ୍ଥ ହେବା ପରେ ତାଙ୍କୁ ଭାରତ ବିପକ୍ଷ ମ୍ୟାଚରେ ଖେଳୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଖେଳାଯାଇଥିବା ଏହି ମହାମୁକାବିଲାରେ ଯେତେବେଳେ ପାକିସ୍ତାନ ହାରିବା ପରେ କିନ୍ତୁ ଦଳର ଅନ୍ୟତମ ଖେଳାଳି ଉମର ଆକମଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯଦିଓ ଏହି ଖେଳାଳି ପାକିସ୍ତାନ ଟି-20 କ୍ରିକେଟର ସାମିଲ ନାହାନ୍ତି ହେଲେ ଦଳ ମ୍ଯାଚ ହାରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହେବା ଖବର ଚର୍ଚ୍ଚାରେ ରହିଛି।

ଏହି ଖବର ଯଦିଓ ପାକିସ୍ତାନ ଟିମ୍ ସହ ସିଧାସଳଖ ଜଡିତ ନୁହେଁ, କିନ୍ତୁ ଏହା ପାକିସ୍ତାନ କ୍ରିକେଟ୍ ସହ ଜଡିତ। ସେହି ଦୃଷ୍ଟିରୁ ଏହି ଖବର ଆଦୌ ଭଲ ନୁହେଁ। ପାକିସ୍ତାନୀ କ୍ରିକେଟର ଉମର ଆକମଲ ନିଜେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି। ସେ ହସ୍ପିଟାଲର ବେଡରେ ଚିକିତ୍ସାଧୀନ ଥିବାର ଫଟୋ ସେୟାର କରିଛନ୍ତି। ତେବେ ଉମର ଆକମଲ କାହିଁକି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ।

 

 

View this post on Instagram

 

A post shared by Umar Akmal (@u_akmal)

Comments are closed.