Latest Odisha News

BREAKING NEWS

ପୁଣି ଜନନୀ ଯନ୍ତ୍ରଣା, ୨ କିଲୋମିଟର ଚାଲିଲେ ଗର୍ଭବତୀ

ତେଲକୋଇ : ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଫଳରେ ୨ କିଲୋମିଟର ଚାଲିଲେ ଗର୍ଭବତୀ । ଅବସ୍ଥା ଗୁରୁତର ଥିବାରୁ ଗର୍ଭବତୀଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ।

ହରିଚନ୍ଦନପୁର ବ୍ଲକ୍ ଟାଙ୍ଗିରିଆପାଳ ପଞ୍ଚାୟତ ଗାଧୁଆଁ ଗ୍ରାମର ପଦ୍ମାବତୀ ଜଣେ ଗର୍ଭବତୀ ମହିଳା। ପ୍ରସବ ଯନ୍ତ୍ରଣା ଯୋଗୁ ଆମ୍ବୁଲାନ୍ସ ଡକାଯାଇଥିଲା। ହେଲେ ଗାଁକୁ ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇପାରିନଥିଲା । ଫଳରେ ଗର୍ଭବତୀ ଜଣକ ପାଦରେ ଚାଲି ଚାଲି ୨କିଲୋମିଟର ଯାଇଥିଲେ।

ଆମ୍ବୁଲାନ୍ସକୁ ଖବର ଦିଆଗଲା କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାସ ପହଞ୍ଚି ପାରିଲା ନାହିଁ ।  ଫଳରେ କିଛି ସାମାଜିକ କର୍ମୀଙ୍କ ସହାୟତାରେ ପ୍ରଥମେ ପଦ୍ମାବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବା ପାଇଁ ଚେଷ୍ଟା କରାଯାଇଥିଲା ।  ଖଟିଆରେ ବୋହି ନେବା ମଧ୍ୟ ସମ୍ଭବ ନହେବାରୁ, ଗର୍ଭବତୀ ପଦ୍ମାବତୀଙ୍କୁ ୨ କିଲୋମିଟର ଚଲାଇ ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା ଓ ସେଠାରୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚା ଯାଇଥିଲା।

ତେବେ ପଦ୍ମାବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

BjdElectrycity
Leave A Reply

Your email address will not be published.