Latest Odisha News

BREAKING NEWS

ବୋମା ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର : ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମା ମାଡ ଘଟଣା । ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଓରଫ ରାଘବ ପାଣ୍ଡେ ଆଜି ଟାଉନ ପୋଲିସ ଦ୍ୱାରା ଗିରଫ । ସେ ନମୋ ସେନା ଦଳର ସଦସ୍ୟ ହୋଇଥିବା ବେଳେ ତାଙ୍କ ଘର ପଣ୍ଡାପଡ଼ା ଥାନାର ହୁଣ୍ଡା ଗାଁରେ ।

ପଇସା ଲୋଭ ଦେଖାଇ ମୁନା ଡାକି ଆଣିବା  ସହ ବୋମା ମାଡ ଘଟଣାରେ ସଂପୃକ୍ତ ଥିବା ସ୍ଵିକାର କରିଛି । ହେଲେ ଏହି ଘଟଣାରେ  ମୋହନ ଦୁଇଟି ବୋମା ମାଡ଼ ହୋଇଥିବା କହିଥିବା ବେଳେ ଅଭିଯୁକ୍ତ ରଘୁନାଥ ତିନୋଟି ବୋମା କଥା କହୁଛନ୍ତି । ଘଟଣାରେ ଦୁଇ ଅଭିଯୁକ୍ତଙ୍କର ବୟାନ ତାଳ ମେଳ ରହୁନଥିବା ବେେ ପୁଲିସର ଆହୁରି ସନ୍ଦେହ ବଢିଛି ।

ଗତ ରବିବାର ଦିନ ମୋହନ ମାଝିଙ୍କ ଗାଡି ଉପରକୁ ବୋମା ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ପୋଲିସ । ସିସିଟିଭି ଓ ସିଟି ସର୍ଭିଲାନ୍ସ ଆଧାରରେ ସମସ୍ତ ଦୁବୃତ୍ତଙ୍କୁ ଗିରଫ କରିଛି ପୋଲିସ ।

ସମସ୍ତ ଅଭିଯୁକ୍ତ ମାନେ ହେଲେ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଅଭିଯୁକ୍ତ ପ୍ରତାପ ରାଉତଙ୍କ ସହ ମନମୋହନ ଦାସ , ବିଦ୍ୟାଧର ପରିଡା , ଶରତ ଜେନା ଓ ଶିଙ୍କୁଲ ଶେଖ । ଏମାନେ ନମୋଃ ସେନା ନାମକ ଏକ ସଂଗଠନ ର ସଦସ୍ୟ । ଏମାନେ ବିଧାୟକ ଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ଆକ୍ରମଣ ବ୍ୟକ୍ତିଗତ ଶତ୍ରୁତା ଓ ପଇସା ଦେଣ ନେଣ କୁ ନେଇ ହୋଇଥିବା ଏସ୍‌ପି ସୂଚନା ଦେଇଥିଲେ ।

 

 

Leave A Reply

Your email address will not be published.