Latest Odisha News

BREAKING NEWS

SriKhetra Puri: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ…ଚାରୋଟି ସ୍ଥାନ ହୋଇଛି ନିରୂପଣ

ପୁରୀ: ଆସନ୍ତାକାଲି ପବିତ୍ର ଦୀପାବଳି,ପୟାଶ୍ରାଦ୍ଧ । ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ । ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ଚାରୋଟି ସ୍ଥାନ ନିରୂପଣ କରାଯାଇଛି । ୨୦ ଏବଂ ୨୧ ତାରିଖ ଦୁଇଦିନ ପାଇଁ ବ୍ୟବସ୍ଥା କରାଯାଇଛି ।

ତେବେ ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦେଖି ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି , ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ହେବେ ।

ପୁରୀ ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ୍ କରାଯାଇଥିବା ସୂଚନା ରହିଛି । ଭୋର ୪ଟା ରୁ ରାତି ୧୦ ଟା ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା ।

 

Comments are closed.