Latest Odisha News

BREAKING NEWS

ମାଲକାନଗିରିରେ ଆଜିଠାରୁ ଆରମ୍ଭ ହୋଇଛି ବଡ଼ଯାତ୍ରା

ମାଲକାନଗିରି: କରୋନା କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବଡଯାତ୍ରା । ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ତିନି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ ବଡଯାତ୍ରାରେ । ଆସନ୍ତା ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ସହରରେ ଏହି ଯାତ୍ରା ପାଳିତ ହେବ । ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ।

ପ୍ରତି ଦୁଇ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାରେ ବଡଯାତ୍ରା ପାଳିତ ହୁଏ । ବଡଯାତ୍ରାର ଠାକୁର କାନାମରାଜ୍, ବାଲାରାଜ୍, ପୋତରାଜ୍ ଓ ଦେବୀ ମୁତ୍ୟେଲୁଆମ୍ମାଙ୍କ ଯାତ୍ରା ଆନ୍ଧ୍ର ପୋଲେରୁ ଠାରୁ ଆରମ୍ଭ ହୋଇଛି । ଜିଲ୍ଲାର ମାନ୍ୟମକୋଣ୍ଡା ଠାରେ ଠାକୁରଙ୍କ ବିଗ୍ରହ ସ୍ଥାପନ କରାଯିବା ପରେ ପୋଲେରୁ ଠାରେ ଠାକୁରଙ୍କୁ ନିଆଯାଇଥିଲା ସ୍ନାନଯାତ୍ରା କରିବା ପାଇଁ । ଦୁଇଟି ନୁତନ ଡଙ୍ଗାକୁ ଏକାଠି କରି ତିନି ଠାକୁର ସିଲେରୁ ନଦୀ ପାରି ହେବା ପରେ ପହଞ୍ଚିଥିଲେ ପୋଲେରୁ ଠାରେ ଥିବା ତାଡକା କୁଣ୍ଡରେ । ସେଠାରେ ଗୁମ୍ଫା ଭିତରେ ଲୁକାୟିତ ହୋଇ ରହିଥିବା ଦେବି ମୁତ୍ୟେଲୁଆମ୍ମାଙ୍କୁ ଉପସନା କରାଯିବା ପରେ କୁଣ୍ଡରେ ଅରୁଆ ଚାଉଳର ଭୋଗ ଦିଆଯାଇଥିଲା । ପରେ ତିନି ଠାକୁର  କାନାମରାଜ୍, ବାଲାରାଜ୍ ଓ ପୋତରାଜ୍ ଏହି କୁଣ୍ଡରେ ବୁଡ ପକାଇ ସ୍ନାନ କରିଥିଲେ । 

କିମ୍ବଦନ୍ତୀ ଅନୁଯାଇ ରାଜା ଜରାସନ୍ଧକୁ ବଦ୍ଧ କରି ଲକ୍ଷେ ରାଜାଙ୍କୁ ମୁକ୍ତ କରିବା ପରେ ଭଗବାନ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନ ଏଠାରେ ବୁଡ ପକାଇଥିଲେ । ଆଉ ସେବେଠାରୁ ଚାଲି ଆସିଛି ଏହି ପରମ୍ପାରା । 

ତିନି ଠାକୁରଙ୍କ ସ୍ନାନ ଯାତ୍ରା ଶେଷ ହେବା ପରେ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ବୁଡ ପକାଇଥିଲେ ତାଡକା କୁଣ୍ଡରେ । ଏଠାରେ ବୁଡ ପକାଇଲେ ସବୁ ପାପ ଧୋଇ ହୋଇ ପୁର୍ଣ୍ୟ ଅର୍ଜନ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ଏହି ବିଶ୍ବାସ ଓ ପରମ୍ପରାକୁ ଆଧାର କରି ଆନ୍ଧ୍ର, ଓଡିଶା ଓ ଛତିଶଗଡ ତିନି ରାଜ୍ୟର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଏଠାକୁ । 

ତାଡକା କୁଣ୍ଡରେ ଦେବୀଙ୍କ ନିକଟରେ ପ୍ରଥମବଳୀ ପକାଯାଇ ଠାକୁଙ୍କ ଯାତ୍ରା ଆରମ୍ଭ ହୋଇଥିଲା ମାଲକାନଗିରି ଅଭିମୁଖେ । ସିଲେରୁ ନଦୀରେ ତିନି ଠାକୁରଙ୍କ ସହ ଦେବୀ ମୁତ୍ୟେଲୁଆମ୍ମା ମାଲକାନଗିରି ଜିଲ୍ଲାକୁ ଆସିଛନ୍ତି । ମାଲକାନଗିରି ଜିଲ୍ଲାର ମାନ୍ୟମକୋଣ୍ଡା ଠାରେ ଠାକୁରଙ୍କ ଆଜି ପ୍ରଥମ ପୁଜା ଚାଲିଛି । 

ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ସିଲେରୁ ନଦୀରେ ଭକ୍ତମାନେ ଶୃଖଳିତ ଅବସ୍ଥାରେ ପାରି ହେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟର ବୋଟ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୨ଟି ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗ ମୁତୟନ ରହିଥିଲେ ସିଲେରୁ ନଦୀ ଭିତରେ । ନଦୀର ଦୁଇ ପାର୍ଶ୍ୟରେ ଆନ୍ଧ୍ର ଓ ଓଡ଼ିଶା ପୋଲିସର ଯବାନମାନେ ସୁରକ୍ଷା ଦାୟିତ୍ବରେ ରହିଥିଲେ । ଆନ୍ଧ୍ର ପୋଲେରୁ ଠାରୁ ମାଲକାନଗିରି ଦୀର୍ଘ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଠାକୁର ପୁଜା ପାଇଥାଆନ୍ତି । 

କରୋନା ମହାମାରିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଡଯାତ୍ରାରେ ଅନେକ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆଜି ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ପୂଜା ପାଇଁ ୨୦୦ରୁ ଅଧିକ ଭକ୍ତ ଏକାଠି ହୋଇପାରିବେ ନାହିଁ । ଏହାସହ ଯାତ୍ରାରେ କୌଣସି ମିନା ବଜାର ଓ ଦୋଳିକୁ ମଧ୍ୟ ଅନୁମତି ଦେଇନାହିଁ ଜିଲ୍ଲା ପ୍ରଶାସନ । କେବଳ ପୂଜା ଅର୍ଚ୍ଚନାରେ ଚଳିତବର୍ଷ ପାଳିତ ହେବ ବଡଯାତ୍ରା । 

Leave A Reply

Your email address will not be published.