Latest Odisha News

ଚିନ୍ତାଜନକ: ୭ ବର୍ଷରେ ୮୦୦ ଯବାନ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ନିକଟରେ ଆତ୍ମହତ୍ୟା ପ୍ରବୃତି ବୃଦ୍ଧି ପାଉଛି ! ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ୨୦୧୪ରୁ ଏ ପର୍ଯ୍ୟନ୍ତ ୮୦୦ ଯବାନ ଆତ୍ମହତ୍ୟା କରିଛନ୍ତି । ଏଥିରେ ସ୍ଥଳସେନାର ୫୯୧, ବାୟୁସେନାର ୧୬୦ ଓ ନୌସେନାର ୩୬ ଜଣ ଯବାନ ସାମିଲ । ସେହିପରି ପରସ୍ପର ମଧ୍ୟରେ ଅଶାନ୍ତି ଏବଂ ଗଣ୍ଡଗୋଳ ଯୋଗୁ ୨୦ଜଣ ଯବାନ ମୃତ୍ୟୁବରଣ କରିଛନ୍ତି ।

BjdElectrycity

ରାଜ୍ୟସଭାରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାଇକ ଏକ ପ୍ରଶ୍ନର ଉତରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ମାନସିକ ଚାପ ଯୋଗୁ ଆତ୍ମହତ୍ୟା ପ୍ରବୃତି ବୃଦ୍ଧି ପାଉଥିବା ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.