Latest Odisha News

BREAKING NEWS

କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱରର ପ୍ରସିଦ୍ଧ ବାଡିଖେଳ

ବାଲେଶ୍ୱର : କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱର ପସିଦ୍ଧ ବାଡିଖେଳ ପରମ୍ପରା । ଜଗତଜନନୀ ମା ଦୁର୍ଗାଙ୍କ ପୂଜାରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଆକର୍ଷଣ ହେଉଛି ବାଡିଖେଳ। ଦୀର୍ଘ ୯୬ ବର୍ଷ ଧରି ବାଲେଶ୍ୱରବାସୀ ଏହି ପ୍ରଥା ବଜାୟ ରଖିଛନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବାଡିଖେଳ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ।

କେବଳ ପ୍ରଥାକୁ ବଞ୍ଚାଇ ରଖିବା ପାଇଁ ପ୍ରତ୍ୟେକ ଦଳରେ ୨ ଜଣଙ୍କୁ ବାଡିଖେଳ ଦେଖାଇବାର ଅନୁମତି ମିଳିଥିଲା । ତେବେ ଏହି ଖେଳରେ ଅନ୍ୟପ୍ରତିଯୋଗୀ ମାନେ ଭାଗ ନନେଇ ପାରିବାରୁ ଆଖଡା ପ୍ରେମୀଙ୍କ ମନରେ ଦୁଃଖ ଦେଖାଦେଇଛି ବୋଲି ବାଲେଶ୍ୱର ଆଖଡା ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ କହିଛନ୍ତିି।

କୁହାଯାଏ ୧୯୨୫ ମସିହାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ତତ୍ତ୍ବାବଧାନରେ ଏହି ଆଖଡ଼ା ଖେଳ ଆରମ୍ଭ ହୋଇଥିଲା ।ଏହାର ମୂଳ ଉଦେଶ୍ୟ ଥିଲା କିଭଳି ଇଂରେଜ ବିରୋଧରେ ଲଢ଼େଇ କରିବା । ଏହି ଆଖଡା ଖେଳରେ ପ୍ରଥମେ ହନୁମାନଙ୍କୁ ପୂଜାର୍ଚ୍ଚନା ପରେ ବାଲେଶ୍ଵର ଆଖଡ଼ା ସଙ୍ଘର ଖେଳାଳିମାନେ ତାଙ୍କ କଳା ପ୍ରଦର୍ଶନ ଆରମ୍ଭ କରିଥାନ୍ତି । ବାଦ୍ୟର ତାଳେ ତାଳେ ଲୋକଙ୍କ କରତାଳିରେ ବାଡ଼ି, ଗଦା, ତରବାରୀ, ପଟା, ଢାଳ ଓ ବନଟୀ ବ୍ୟବହାର କରି ଏହି ଦୁଃସାହସିକ କ୍ରୀଡ଼ା ଦେଖାଇଥାନ୍ତି।

ଗଣେଷ ପୂଜା ପର ଦିନଠାରୁ ଏହି ଖେଳର ଆରମ୍ଭ ହୋଇଥାଏ ଓ ଦୀର୍ଘ ଦିନର କଠିନ ଅଭ୍ୟାସ ପରେ ଖେଳାଳିମାନେ ଦୁର୍ଗା ପୂଜାରେ ଆଖଡ଼ା ପ୍ରଦର୍ଶନ କରିଥାନ୍ତି। ଏହି ଆଖଡ଼ା ଖେଳରେ ଶାରୀରିକ ଓ ମାନସିକ ଶକ୍ତି ଫିଟ ରହିବା ସହ ଶୃଙ୍ଖଳିତ ଭାବେ ଜୀବନଯାପନ କରିବା ପାଇଁ ଶିକ୍ଷା ଦିଆଯାଏ।

Leave A Reply

Your email address will not be published.