Latest Odisha News

BREAKING NEWS

ବିଧାୟକ ମୋହନ ମାଝୀ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଉପରେ ହୋଇଥିଲା ବୋମାମାଡ । ଗତ ୧୦ ତାରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଦିନରାତି ଏକ କରିଥିଲା ତଦନ୍ତକାରୀ ଦଳ । ଏପରିକି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କରାଯାଇ ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା ।

ଆଜି ଆକ୍ରମଣ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରତାପ ରାଉତ, ବିଦ୍ୟାଧର ପରିଡା, ଶରତ ଚନ୍ଦ୍ର ଜେନା, ସସିବୁଲ ଶେଖ ଓ ମନମୋହନ ଦାସ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ଥିବାବେଳେ ସେମାନଙ୍କଠାରୁ ଦୁଇଟି ସୁତୁଲି ବୋମା ଓ ବାଇକ୍ ଜବତ ହୋଇଛି ।

ବିଧାୟକଙ୍କୁ ବୋମାମାଡ ମାମଲାରେ ସଂପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ତେବେ ଏହି ଷଡଯନ୍ତ୍ରରେ ଆଉ କେହି ସାମିଲ ଅଛନ୍ତି ନା ନାହିଁ, ସେ ନେଇ ତଦନ୍ତ ଚାଲିଥିବା କହିଛନ୍ତି ଏସ୍.ପି ମିତ୍ରଭାନୁ ମହାପାତ୍ର । ସାମ୍ବାଦିକ ସମ୍ମିଳନୀ ଅବସରରେ ଏସ୍ଡିପିଓ ପି.ଜେ ଟପ୍ପୋ ଓ ଇନ୍ଦୁରେଖା ପଶ୍ଚିମକବାଟ ଉପସ୍ଥିତ ଥିଲେ । ତେବେ ଆକ୍ରମଣରେ ରାଜନୈତିକ ଉଦ୍ଦେଶ୍ୟ ନଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଥିଲା ।

Leave A Reply

Your email address will not be published.