Latest Odisha News

BREAKING NEWS

ପରଲୋକରେ ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନରେ ଭାରତ ପାଇଁ ଦୁଃଖ ଖବର । ଆଉ ନାହାନ୍ତି ମହାନ୍ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର । ଆଜି ସକାଳେ ୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ ତାଙ୍କର ଦେହାନ୍ତ ହୋଇଛି । ଗତ ତିନି ମାସ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା ।

ନନ୍ଦୁ ନାଟେକର ତାଙ୍କ ସମୟରେ ବିଶ୍ୱର ୩ ନମ୍ବର ମାନ୍ୟତା ଖେଳାଳି । ୧୯୫୬ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବାରେ ଥିଲେ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି । ନିଜ କ୍ୟାରିୟରରେ ଶହେରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ନିଜ ନାଁରେ କରିଥିଲେ । ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲିରେ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିଲେ ନନ୍ଦୁ ନାଟେକର । ୧୫ ବର୍ଷ ବ୍ୟାଡମିଣ୍ଟନ ଖେଳିଥିଲେ ।

୧୯୫୪ ମସିହାରେ ଅଲ୍ ଇଂଲଣ୍ଡ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲ ଖେଳିଥିଲେ ନନ୍ଦୁ ନାଟେକର । ୧୯୫୬ରେ ସେଲାଙ୍ଗର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ସେ ହୋଇଥିଲେ ଅନ୍ତର୍ଜାତୀୟ ସ୍ତରରେ ପଦକ ହାତେଇଥିବା ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ।

୧୯୫୧ରୁ ୧୯୬୩ ମସିହା ଭିତରେ ଥୋମାସ୍ କପରେ ଭାରତୀୟ ଟିମକୁ ପ୍ରତିନିଧିତ୍ୱ କରିଥିଲେ ନନ୍ଦୁ ନାଟେକର । ୧୬ରୁ ୧୨ଟିରେ ଏକକ ଓ ୮ଟିରେ ଯୁଗଳ ମୁକାବିଲା ଜିତିଥିଲେ । ୧୯୬୫ରେ ଜାମାଇକାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ନନ୍ଦୁ ନାଟେକର । କ୍ରୀଡ଼ା ପ୍ରତି ତାଙ୍କ ଅବଦାନ ପାଇଁ ୧୯୬୧ ମସିହାରେ ତାଙ୍କୁ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର ।

Leave A Reply

Your email address will not be published.