Latest Odisha News

BREAKING NEWS

ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ମହିଳା ଗିରଫ

ଭୁବନେଶ୍ୱର: ଦିଲ୍ଲୀରୁ ଚୋରି । ଭୁବନେଶ୍ୱରରୁ ଗିରଫ । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ସହାୟତରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଜବତ ହୋଇଛି ଚୋରି କରି ଆଣିଥିବା ହୀରା ଓ ସୁନା ଗହଣା ।

ଦିଲ୍ଲୀ ପୋଲିସର ଏକ ତିନି ଜଣିଆ ଟିମ୍ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ । କ୍ୟାପିଟାଲ୍ ଥାନା ପୋଲିସ ସହୟତାରେ ସାଲିଆ ସାହିରେ ଚଢ଼ାଉ କରି ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ । ସେଠାରୁ କୋଟିଏ ଟଙ୍କାର ହୀରା, ସୁନା ଅଳଙ୍କାର ଧରି ଚମ୍ପ ମାରିଥିଲେ ଓଡ଼ିଶା । ଗିରଫ ମହିଳାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ ।

Leave A Reply

Your email address will not be published.