Latest Odisha News

BREAKING NEWS

ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ବେଳେ ଚାଲିଗଲା ୧୭ ବର୍ଷୀୟ ଝାଙ୍ଗଙ୍କ ଜୀବନ

ବେଜିଂ: ଇଣ୍ଡୋନେସିଆରେ ଏକ ଆନ୍ତର୍ଜାତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଅବସରରେ ୧୭ ବର୍ଷୀୟ ଯୁବକଙ୍କ ହାର୍ଟ ଆଟାକରେ ପ୍ରାଣ ଚାଲି ଯାଇଛି । ଚୀନର ଝାଙ୍ଗ ଝିଜି ମ୍ୟାଚ ଖେଳୁଥିବା ବେଳେ ହଠାତ ଅଚେତ ହୋଇ ପଡିଗଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭେନ୍ୟୁରେ ପ୍ରାଥମିକ ଉପଚାର କରାଗଲା । ମାତ୍ର ଏଥିରେ ଉନ୍ନତି ପରିଲକ୍ଷିତ ନ ହେବାରୁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ପଠାଯାଇଥିଲା । ମାତ୍ର ହାର୍ଟ ଆଟାକ ଯୋଗୁ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଝାଙ୍ଗ ଜଣେ ପ୍ରତିଭାବାନ ଖେଳାଳି ଥିଲେ । ତାଙ୍କ ବିୟୋଗରେ ଭାରତର ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

ମୁଁ ଏହି ଦୁଃଖଦ ସମୟରେ ଝାଙ୍ଗଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି କହିଛନ୍ତି । ପୂର୍ବରୁ ଝାଙ୍ଗଙ୍କ ନିକଟରେ କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ନ ଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ଅତି ଛୋଟ ବେଳୁ ସେ ବ୍ୟାଡମିଂଟନ ପ୍ରତି ଆକୃଷ୍ଟ ହୋଇଥିଲେ ।

Leave A Reply

Your email address will not be published.