Latest Odisha News

BREAKING NEWS

ସଚିନ, ୟୁସୁଫଙ୍କ ପରେ ବଦ୍ରିନାଥଙ୍କୁ ବି କରୋନା

ମୁମ୍ବାଇ:ରୋଡ ସେଫଟି ୱାର୍ଲ୍ଡ ସିରିଜରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ମଧ୍ୟରୁ ଭାରତର ୩ଜଣ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଚିନ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ଏସ.ବଦ୍ରିନାଥଙ୍କୁ ବି କରୋନା ହୋଇଛି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ଜଣାଇଛନ୍ତି ।

ବାରମ୍ବାର ସତର୍କତା ଅବଲମ୍ବନ କରିବା ସତ୍ୱେ କିପରି କରୋନାରେ ସଂକ୍ରମିତ ହେଲି ତାହା ଏବେ ବି ଜାଣିପାରୁ ନାହିଁ ବୋଲି କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଘରେ ଏକାନ୍ତବାସରେ ରହିଛି । ମୋ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କୁ ଅନୁରୋଧ ସେମାନେ ତୁରନ୍ତ କୋଭିଡ-୧୯ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Comments are closed.