Latest Odisha News

BREAKING NEWS

ପୂର୍ବରୁ ପ୍ରବାସୀ ଫେରି ଆସିଲେ ସମ୍ଭାଳି ହେବ ସ୍ଥିତି: ବାଗଚୀ

ଭୁବନେଶ୍ୱର: ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ । ଏହାଦ୍ୱାରା ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ୁଛି । ଏଣୁ ପ୍ରବାସୀଙ୍କ ଘର ବାହୁଡା ନେଇ ଅନେକ ପ୍ରଶ୍ନ ଉଠୁଛି । ଏନେଇ ଆଜି ଉତ୍ତର ରହିଖିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।

ସେ କହିଛନ୍ତି, ଦେଶରେ ୨୫ମାର୍ଚ୍ଚରୁ ତାଲାବନ୍ଦ ଘୋଷଣା ହୋଇଥିଲା । ଘରକୁ ଫେରିବା ପାଇଁ ପ୍ରତି ଲୋକର ଆଇନଗତ ଅଧିକାର ଅଛି । ନିଜ ଇଚ୍ଛାରେ ଘରକୁ ଫେରିବାର ବ୍ୟକ୍ତିଗତ ସ୍ୱାଧୀନତାକୁ ଅସ୍ୱୀକାର କରିହେବନି । ବର୍ତ୍ତମାନ ସ୍ଥିତିରେ ପୂର୍ବରୁ ପ୍ରବାସୀ ଫେରିଆସିଲେ ସ୍ଥିତି ସମ୍ଭାଳି ହେବ ବୋଲି କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

ବିଶ୍ୱର ୪୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଥିବା ବେଳେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଜୁନ୍ ମାସ ବେଳକୁ ଏହା ମହା ସଂକ୍ରମଣର ରୂପ ନେବ ବୋଲି ଆଶଙ୍କା ମଧ୍ୟ ରହିଛି । ଏଣୁ ତା’ପୂର୍ବରୁ ପ୍ରବାସୀଙ୍କୁ ଫେରାଇ ଆଣି ପର୍ଯ୍ୟବେକ୍ଷଣରେ ରଖିଲେ ଗୋଷ୍ଠୀ ସଂକ୍ରମଣ ରୋକିବା ସହଜ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.