Latest Odisha News

BREAKING NEWS

ବିସ୍ଫୋରକ ପରିସ୍ଥିତି; ପ୍ରବାସୀ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ ସୁରଟ ଫେରନ୍ତା !

ଭୁବନେଶ୍ୱର: ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଆରମ୍ଭରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ସଂକ୍ରମଣକୁ ଏକରକମ ରୋକି ପାରିଥିଲେ । ମାତ୍ର ଯେବେଠାରୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନଙ୍କ ଓଡ଼ିଶା ଅଭିମୁଖେ ସୁଅ ଛୁଟିଛି ସେବେଠାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏବେ ଏହା ରାଜ୍ୟ ସରକାରଙ୍କ ଲାଗି ଏକପ୍ରକାର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଶନିବାର ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯୪ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୧୨ ଜଣ ସୁରଟ ଫେରନ୍ତା ପ୍ରବାସୀ ।

ଏହି ୧୧୨ ଜଣ ରୋଗୀଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାର ୮୮ ଜଣ ଏବଂ ଅନ୍ୟ ୨୪ ଜଣ ରୋଗୀ ୭ଟି ଅନ୍ୟ ଜିଲ୍ଲାର ବୋଲି ଜଣାପଡ଼ିଛି ।

୮ଟି ଜିଲ୍ଲାରୁ ୧୧୨ ଜଣ ସୁରଟ ଫେରନ୍ତା:

ଗଞ୍ଜାମ – ୮୮

ମୟୂରଭଞ୍ଜ – ୭

କେନ୍ଦ୍ରାପଡ଼ା – ୫

ଜଗତସିଂହପୁର – ୪

ଭଦ୍ରକ – ୪

ବାଲେଶ୍ୱର – ୨

କଟକ – ୧

ନୟାଗଡ଼ – ୧

Leave A Reply

Your email address will not be published.