Latest Odisha News

BREAKING NEWS

ପରଲୋକରେ ”ବାଗବାନ୍” ଫିଲ୍ମ ସ୍କ୍ରିନ୍ ରାଇଟର ଶାଫିକ୍ ଅନସାରୀଙ୍କ

ମୁମ୍ବାଇ : ବଲିଉଡର ଭେଟରାନ୍ ସ୍କ୍ରିନ୍ ରାଇଟର ଶାଫିକ୍ ଅନସାରୀଙ୍କ ଦେହାନ୍ତ ହୋଇଯାଛି । ବୁଧବାର ସକାଳେ ମୁମ୍ବାଇର କୋକିଲାବେନ୍ ଧୀରବାଇ ଅମ୍ବାନୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ଶାଫିକଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ବାପା ଅସୁସ୍ଥ ହୋଇପଡ଼ିଥିବା ବାପାଙ୍କ ଦେହାନ୍ତ ଖବର ତାଙ୍କ ପୁଅ ମୋହସିନ୍ ଅନସାରୀ ଦେଇଥିଲେ। ଏନେଇ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

ଅମିତା ବଚ୍ଚନଙ୍କ ଅଭିନିତ ଫଲ୍ମ ବାଗବାନ୍ ସ୍କ୍ରିନ୍ ରାଇଟର ଥିଲେ ଶାଫିକ୍ ଅନସାରୀ ।ଶାଫିକ୍ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ନିଜ ପରିବାର ସହିତ ରହୁଥିଲେ। ୧୯୭୪ ମସିହାରେ ଶାଫିକ୍ ଅନସାରୀ ସ୍କ୍ରିନ୍ ରାଇଟର୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଫିଲ୍ମ ‘ଦୋସ୍ତ’ର ସ୍କ୍ରିପ୍ଟ ଲେଖିଥିଲେ। ଅଭିନେତା ଧର୍ମେନ୍ଦ୍ର ଏବଂ ଶତ୍ରୁଘ୍ନ ସିହ୍ନା ଏହି ଫିଲ୍ମରେ ଏକାଠି କାମ କରିଥିଲେ। ଏହା ପରେ ସେ ୧୯୯୦ ମସିହାରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଫିଲ୍ମ ଦିଲ କା ହିରା’ ଏବଂ  ଫିଲ୍ମ ‘ଇଜ୍ଜତଦାର’ ପାଇଁ ସ୍କ୍ରିପ୍ଟ ଲେଖିଥିଲେ।

୨୦୦୩ ମସିହାରେ ସେ ଫିଲ୍ମ ନିର୍ମାତା ବି.ଆର ଚୋପ୍ରାଙ୍କ ସହ ‘ବାଗବାନ୍’ ଫିଲ୍ମ ପାଇଁ ସଂଳାପ ଏବଂ ସ୍କ୍ରିପ୍ଟ ଲେଖିଥିଲେ। ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଫିଲ୍ମଟି ଏକ ସୁପର ଡୁପର ହିଟ୍ ହୋଇଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ହେମା ମାଳିନୀ, ସଲମାନ ଖାନ, ମହିମା ଚୌଧୁରୀଙ୍କ ସହ ଅନେକ ଷ୍ଟାର ନଜର ଆସିଥିଲେ।

Leave A Reply

Your email address will not be published.