ବାଗପତ: ଉତରପ୍ରଦେଶରେ ବାଗପତ ନାମକ ଏକ ଗ୍ରାମ ରହିଛି । ଏଠାକାର ବାସିନ୍ଦାଙ୍କ ନାମ ସମ୍ପୂର୍ଣ୍ଣ ଭାବେ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥାଏ । ସେମାନଙ୍କ ନାମର ଟାଇଟଲ ବେଶ ରୋଚକ ହୋଇଥାଏ । ଏହି ଗ୍ରାମରେ ମାଟି ଘର ବହୁତ କମ ଦେଖିବାକୁ ମିଳିଥାଏ । ଅଧିକାଂଶ ଘର ପୂରୁଣା ମହଲ ସଦୃଶ । ସେଥିପାଇଁ ଏହି ଗ୍ରାମର ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ରଖିବା ପାଇଁ ସେମାନେ ତାଙ୍କ ନାମରେ ବିଲେଇ, କୁକୁର, ଗଧିଆ ଓ ହାଥୀ ପରି ଉପନାମର ବ୍ୟବହାର କରିଥାନ୍ତି । ଏହି ପଶୁ, ପକ୍ଷୀଙ୍କ ନାମରେ ସେମାନଙ୍କ ପାଖକୁ ଚିଠି ମଧ୍ୟ ଆସିଥାଏ । ସେମାନେ ଏହି ନାମରେ ଆଖପାଖ ଅଂଚଳରେ ପରିଚିତ ହୋଇଥାନ୍ତି ।
ଜଣେ ଗ୍ରାମବାସୀଙ୍କ କହିବା ଅନୁସାରେ ୫୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ପରିଚୟରେ ଆମେ ଚଳୁଛି । ଆଉ ଏବେ ନାମ ଆମ ପାଇଁ ଗର୍ବର ବିଷୟ ହୋଇଯାଇଛି । ସୋସିଆଲ ମିଡିଆରେ ଏହା ପ୍ରଚାରିତ ହେବା ପରେ ଏବେ ପର୍ଯ୍ୟଟକମାନେ ଏହି ଗ୍ରାମକୁ ଆସିବାରେ ଲାଗିଛନ୍ତି । ମହଲ ଓ ନାମ ସେମାନଙ୍କୁ ଆକୃଷ୍ଟ କରୁଛି ।
Comments are closed.