Latest Odisha News

BREAKING NEWS

ବାହାନଗା ଦୁର୍ଘଟଣା, ସିବିଆଇ ପାଉନି ଷଡ଼ଯନ୍ତ୍ରର ଖିଅ?

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ ଏବେ ଜେଲରେ। ସିବିଆଇ ଏମାନଙ୍କୁ ଗିରଫ କରି ଦୁଇ ଥର ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିଛି। ତେବେ ତୃତୀୟ ଥର ରିମାଣ୍ଡରେ ନନେଇ ଜେଲକୁ ପଠାଇ ଦେଇଛି। ଏହାରି ଭିତରେ ଗିରଫ ଅଭିଯୁକ୍ତ ଅମୀର ଖାନଙ୍କ ଓକିଲ ଲଲାଟେନ୍ଦୁ ପ୍ରଧାନ କହିଛନ୍ତି, ସିବିଆଇ ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରମାଣ ଦାଖଲ କରି ନାହିଁ କି ଷଡ଼ଯନ୍ତ୍ରର ଖିଅ ବାବଦରେ କୌଣସି ପ୍ରମାଣ ଉଲ୍ଲେଖ କରିନାହିଁ।

ଲଲାଟେନ୍ଦୁ କହିଛନ୍ତି, ସିବିଆଇ କୋର୍ଟରେ କେସ ବାବଦରେ ଏକ ରିପୋର୍ଟ ଦାଖଲ କରିଛି। ସେ ସେହି ରିପୋର୍ଟକୁ ନିଜେ ପଢ଼ିଛନ୍ତି। ଯେଉଁଥିରେ ସେକ୍ସନ ଇଞ୍ଜିନିୟର ଅମୀର ଖାନ ଷଡ଼ଯନ୍ତ୍ର କରିଛନ୍ତି ବୋଲି କୌଣସି ପ୍ରମାଣ ନାହିଁ ବା ପ୍ରମାଣ ଉପସ୍ଥାପନ କରାଯାଇନି। କେବଳ ଅବହେଳା ପାଇଁ ତାଙ୍କୁ ଗିରଫ କରାଯାଇଛି। ତେଣୁ ସେ ଆଗାମୀ ଦିନରେ ଜାମିନ ପାଇଁ ଆବେଦନ କରିବେ।

ଉଲ୍ଲେଖଯୋଗ୍ୟ, ଗିରଫ ପରେ ଅମୀର ଖାନ୍ କହିଥିଲେ, ତାଙ୍କର କୌଣସି ଭୁଲ ନାହିଁ। ଯେଉଁ ତୃଟି ପାଇଁ ଦୁର୍ଘଟଣା ଘଟିଛି ତାହା ୧୫ ଏପ୍ରିଲ ୨୦୨୩ରୁ ହୋଇଛି । ଦୁର୍ଘଟଣା ପୂର୍ବରୁ ଇଣ୍ଟରଲକିଂ ପଏଣ୍ଟରେ ତୃଟି ଥିଲା।

ଯେତେବେଳେ ସିବିଆଇ ଷଡ଼ଯନ୍ତ୍ରର ପ୍ରମାଣ ଦାଖଲ କରିପାରୁନି ସେତେବେଳେ ମାମଲା କିଭଳି ଆଗକୁ ଅଗ୍ରଗତି କରିବ ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.