Latest Odisha News

BREAKING NEWS

କେନ୍ଦ୍ରର ଅଧ୍ୟାଦେଶ: କଂଗ୍ରେସର ସମର୍ଥନ ପରେ ବି କମିନି କେଜ୍ରିଓ୍ବାଲଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ: ମେ’ ୧୯ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିଲରେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କ୍ଷମତା ଏଲଜିଙ୍କ ହାତରେ ରହିବା ଉଦ୍ଦେଶ୍ୟରେ ଆଣିଛନ୍ତି। ଆପ୍ ସରକାର ଏହି ଅଧ୍ୟାଦେଶକୁ ‘ପ୍ରତାରଣା’ ବୋଲି କହିଛି। କାରଣ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ ସୁପ୍ରିମ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି।

ଏବେ ଆପ୍ ସରକାର ଚାହୁଁଛି ସଂସଦର ରାଜ୍ୟସଭାରେ ପାରିତ ନକରିବାକୁ ଉଦ୍ୟମ କରୁଛି। ବିଭିନ୍ନ ଦଳର ସମର୍ଥନ ପରେ କଂଗ୍ରେସ ମଧ୍ୟ ସମର୍ଥନ କରିଛି। ଯଦିଓ ଏହା ଦ୍ୱାରା ଆପ ସମର୍ଥନରେ ରାଜ୍ୟସଭା ଆସନ ସଂଖ୍ୟା ବଢିଛି କିନ୍ତୁ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ଏକାକୀ କଂଗ୍ରେସ ନୁହଁ ଆଉ କିଛି ଦଳର ସମର୍ଥନ ଆବଶ୍ୟକ କରୁଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ।

ରାଜ୍ୟସଭାରେ କାହା ସମର୍ଥନରେ କେତେ ସଦସ୍ୟ

ବିଜେପି: ୯୪
ଏନଡିଏର ସହଯୋଗୀ ଦଳ: ୧୮
ନିରପେକ୍ଷ ଦଳ: ୯ ବିଜେଡି, ୯ ଓ୍ୱାଇଏସ୍ଆର କଂଗ୍ରେସ
ବିରୋଧୀ ଦଳ ଗୁଡ଼ିକ: ୧୦୫ (ଆପ୍, କଂଗ୍ରେସ, ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ମିଶାଇ)

ଅର୍ଥାତ ଅଧ୍ୟାଦେଶ ବିଲ୍କୁ ରାଜ୍ୟସଭାରେ ପାରିତ କରିବା ପାଇଁ ବିଜେପିକୁ ଅନ୍ୟୁନ ୬ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ପଡ଼ିବ। ହେଲେ ନିରପେକ୍ଷ ଦଳର ସମର୍ଥନ ମିଳିପାରିଲେ ମୋଦୀ ସରକାର ଏହି ବିଲ୍କୁ ପାରିତ କରିବା ସହଜ ହୋଇଯିବ। ବିଜେଡି ଏବଂ ଓ୍ବାଇଏସଆର କଂଗ୍ରେସ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ସହ ଛିଡା ହୋଇଥିବାରୁ ଏଥର ମଧ୍ୟ ସମର୍ଥନ ପାଇବ ବୋଲି ଆଶା ରଖିଛି। ଏହି ନିରପେକ୍ଷ ଦଳ ଉଭୟ ବିରୋଧୀ ଓ ଏନଡିଏ ବୈଠକରୁ ମଧ୍ୟ ଦୂରେଇ ରହିଛନ୍ତି।

ଦିଲ୍ଲୀ ପ୍ରଶାସନର ନିୟନ୍ତ୍ରଣକୁ ନେଇ ଆପ୍ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଲଢ଼େଇର ସଦ୍ୟତମ ଅଧ୍ୟାୟ ହେଉଛି ଅଧ୍ୟାଦେଶ ବିଲ୍। ମେ ୨୦୨୩ ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ପୋଲିସ, ପବ୍ଲିକ ଅର୍ଡର ଏବଂ ଜମି ବ୍ୟତୀତ ଦିଲ୍ଲୀରେ ସେବା ଉପରେ ଆପ୍ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି। ତେବେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଛନ୍ତି, ହୁଏତ ଏହି ମାମଲା ପୁଣି କୋର୍ଟକୁ ଯିବ।

ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ରାୟକୁ ଦୁର୍ବଳ କରିବା ପାଇଁ କେନ୍ଦ୍ରର ଉଦ୍ୟମ ବୋଲି ବିବେଚନା କରାଯାଉଛି। ଏହି ବିଲ୍ ସଂସଦରେ ପାରିତ ହେଲେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଉପରେ କେନ୍ଦ୍ରର ନିୟନ୍ତ୍ରଣ ରହିବ।

Leave A Reply

Your email address will not be published.